ଭୁବନେଶ୍ୱର : କାଲିଠୁ ରାଜ୍ୟରେ ବଢୁଛି ତାତି । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା ସବୁଠୁ ଉତପ୍ତ ସହର । ଝାରସୁଗୁଡ଼ାରେ ତାପମାତ୍ରା ୩୯.୬ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ୮ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବଦଳିବ ପାଗର ମିଜାଜ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ଆସନ୍ତାକାଲି ପାଇଁ ଜଗତସିଂପୁର,କେନ୍ଦ୍ରାପଡ଼ା,ଭଦ୍ରକ,ବାଲେଶ୍ଵର,କେନ୍ଦୁଝର,ମୟୂରଭଞ୍ଜ,ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ସେହିପରି ୯ ତାରିଖରେ ବରଗଡ଼,ଝାରସୁଗୁଡ଼ା,ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର, କଟକ, ଯାଜପୁର, ମୟୂରଭଞ୍ଜ,ଭଦ୍ରକ, ବାଲେଶ୍ଵର,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡଘଡ଼ି ସମ୍ଭାବନା ରହିଛି । ୩୦ ରୁ ୪୦ କିମି ବେଗରେ ପବନ ବହିପାରେ।
