ଭୁବନେଶ୍ବର , ଆଜି ବିଧାନସଭା ସମ୍ମୁଖରେ ଲୋୟର ପିଏମଜି ରେ ଏସଟି,ଏସସି, ଟିଜିଟି ଶିକ୍ଷକ ଆଶାୟୀ ସଂଘର 2798 ବ୍ୟାକ ଲଗ୍ ପଦବୀ ପୂରଣ ନିମନ୍ତେ ସରକାରଙ୍କୁ ପୁନର୍ବାର ଅବଗତ କରାଇବା ପାଇଁ ଓ ଦାବି ପୂରଣ ପାଇଁ ବହୁ ସଂଖ୍ୟାରେ ଆଶାୟୀ ପ୍ରାର୍ଥୀ ମାନେ ଧାରଣାରେ ବସିଥିଲେ। ଶେଷ ଥର ବିଶେଷ ଟି ଜି ଟି ନିଯୁକ୍ତି ଅଭିଯାନ ୨୦୧୯ ରେ ଆୟୋଜିତ ହୋଇଥିଲା ଏବଂ ଏହା ପରେ ସାତ ବର୍ଷ ଧରି କୌଣସି ବିଶେଷ ନିଯୁକ୍ତି ଅଭିଯାନ ହୋଇନାହିଁ ନ, ଯେଉଁଥିରେ ଆର୍ଟସ,ପିଶିଏମ୍ ସି ବି ଜେଡ, ହିନ୍ଦୀ, ସଂସ୍କୃତ, ପି ଇ ଟି, ଉର୍ଦ୍ଦୁ ଓ ତେଲୁଗୁ ବିଷୟରେ ୨୭୯୮ ଵ୍ୟାକ୍ ଲଗ୍ ପଦବୀ ଖାଲି ରହିଛି ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି ସଂଘର୍ ସଭାପତି ବାସୁଦେବ ବେହେରା। n

ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ନିୟମାନୁଯାୟୀ ସାଧାରଣ ନିଯୁକ୍ତିରୁ ଉତ୍ପନ୍ନ ହୋଇଥିବା ଏସସି /ଏସ ଟି ବ୍ଯାକ ଲଗ୍ ପଦବୀ ଗୁଡିକୁ ପୁରଣ କରିବା ପାଇଁ ବିଶେଷ ନିଯୁକ୍ତି ଅଭିଯାନ କରିବା ଆବଶ୍ୟକ ଏବଂ ଉଚ୍ଚ ନ୍ୟାୟାଳୟ ମଧ୍ୟ ବ୍ଯାକ୍ ଲଗ୍ ପଦବୀ ନିଯୁକ୍ତି ପାଇଁ ରାୟ ଦେଇଥିବା ସତ୍ତ୍ବେ ସରକାର ପକେଇ ରଖିବା ଆଦିବାସୀ ପିଲାଙ୍କ ପ୍ରତି ଘୋର ଅନ୍ୟାୟ ଓ ଆଗକୁ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ସୂଚନା ଦେଇଛନ୍ତି ସମ୍ପାଦକ ତପନ ପ୍ରଧାନ। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଲୟ ପତ୍ରସଂଖ୍ୟା ୨୭୨୯୮ ତାରିଖ ୨୫.୧୦.୨୦୨୫, ର ବୈଠକରେ ଏହି ବ୍ୟାକ ଲଗ୍ ପଦବୀ ପୂରଣ ପାଇଁ ସ୍ବୀକାର କରିଥିଲେ ବି ବହୁ ଦିନ ହେଲା ବ୍ୟାକ ଲଗ୍ ପଦବୀ ଗୁଡିକ ଉପରେ ସରକାର କିଛି ନିଷ୍ପତିନେଉ ନାହାନ୍ତି କି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ପରୀକ୍ଷା ପାଇଁ ନୋଟିଫିକେଶନ୍ ବାହାର କରୁ ନଥିବାରୁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଓ ଦାବି ପୂରଣ ନ ହେଲେ ପୁନର୍ବାର ସବୁ ପିଲା ଓ ସେମାନଙ୍କ ବାପା ମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ସମ୍ପାଦକ ତପନ ପ୍ରଧାନ। ଆମକୁ ସରକାର ନିଯୁକ୍ତି ଦିଅନ୍ତୁ 2798 ପୋଷ୍ଟ ବ୍ୟାକ୍ ଲଗ୍ ପୋଷ୍ଟ ଦୀର୍ଘ 7 ବର୍ଷ ହେଲା ପୂରଣ ହେଉନାହିଁ, ସରକାର ଶୀଘ୍ର ପୂରଣ କରଂତୁ ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି ଦେବିଲାଲ ମହାଳିକ। ଆମର 40 ହଜାରରୁ ଅଧିକ ଆଶାୟୀ ପିଲା ମାନେ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି,2798 ଵ୍ୟାକ ଲଗ୍ ପଦବିପାଇଁ ଶୀଘ୍ର ନିଯୁକ୍ତି ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ନ କମିଶନ ପରୀକ୍ଷା କରିବାକୁ ଦାବି କରିଛନ୍ତି ସସ୍ମିତା ବେହେରା।
ରିପୋର୍ଟ ଦେବ ପ୍ରସାଦ ମହାନ୍ତି
