ଭୁବନେଶ୍ୱର : ସରକାରୀ ଚାକିରି ଦେବା ଆଳରେ ଠକାମୀ । ରାଜଧାନୀରୁ ସୁପର ଠକକୁ ଗିରଫ କଲା କମିଶନରେଟ୍ ପୋଲିସ୍ । ଠକ ବୁଲୁ ଗୋଡକୁ ଗଞ୍ଜାମ ଗିରଫ କରିଛି ପୋଲିସ । ୧୪ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଛି ବୁଲୁ । ଅଭିଯୋଗକାରୀ ସୁଶାନ୍ତ କୁମାର ପାଢ଼ୀଙ୍କ ଅଭିଯୋଗ ଆଧାରରେ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ୨୦୨୪ ମସିହାରେ ଅଭିଯୋଗକାରୀଙ୍କ ସହ ସଂସ୍ପର୍ଶରେ ଆସିଥିଲେ ବୁଲୁ ଗୋଡ ।
ପରେ ଅଭିଯୋଗକାରୀଙ୍କ ସ୍ତ୍ରୀ ଓ ତାଙ୍କ ସାନ ଭଉଣୀ ପାଇଁ ସରକାରୀ ଚାକିରି ପାଇଁ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ନେଇଥିଲେ । ଏପରିକି ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇ ଯୋଗେ ମଧ୍ୟ ଟଙ୍କା ନେଇଥିଲେ । ପରେ ଅଭିଯୋଗକାରୀଙ୍କ ସ୍ତ୍ରୀ ଓ ଭଉଣୀର ଅରଜିନାଲ ସାର୍ଟିଫିକେଟ ନେଇ ନିଯୁକ୍ତି ପତ୍ର ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ହେଲେ ଜଏନିଂ ଲେଟର ବଦଳରେ ବ୍ଲାକ ମେଲ୍ କରିଥିଲେ । ଅରଜିନାଲ ସାର୍ଟିଫିକେଟ ଆଳରେ ଆହୁରି ଅଧିକ ଟଙ୍କା ନେଇ ଆଉ ଧରାଛୁଆଁ ଦେଇନଥିଲେ । ଏନେଇ କ୍ୟାପିଟାଲ ଥାନା ରେ ଅଭିଯୋଗ ପରେ ସମ୍ପୂକ୍ତ ଠକକୁ ଗିରଫ କରିଛି କମିଶନରେଟ୍ ପୋଲିସ ।
