କେନ୍ଦ୍ରାପଡା : ଜମିବାଡ଼ି ଭାଗବଣ୍ଟାକୁ ନେଇ ହଣାମରା। ଧାରୁଆ ଅସ୍ତ୍ରରେ ଦାଦାକୁ ହାଣିଦେଲା ପୁତୁରା । କେନ୍ଦ୍ରପଡା ନିକିରାଇ ଥାନା ଅନ୍ତର୍ଗତ ଘାଗରାଡିଆ ଗାଁର ଘଟଣା । ଜମିବାଡି ଭାଗବଣ୍ଟାକୁ ନେଇ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ବେଳେ ହଠାତ୍ ଦାଦାକୁ ଆକ୍ରମଣ କରିଥିଲା ପୁତୁରା । ଆକ୍ରମଣ କରିଥିବା ଅଭିଯୁକ୍ତର ନାଁ ହେମନ୍ତ ତରାଇ। ଦାଦା ଅଭିରାମ ତରାଇଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛି। ଆକ୍ରମଣ ସମୟର ଭିଡିଓ ସିସିଟିଭିରେ ରେକର୍ଡିଂ ହୋଇଛି। ଅଭିରାମଙ୍କ ବାମହାତ, ଛାତି ଓ ପେଟରେ ଗଭୀର କ୍ଷତ ହୋଇଛି। ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି l ଘଟଣା ସ୍ଥଳରୁ ଅଭିଯୁକ୍ତ ହେମନ୍ତ ଫେରାର୍ ହୋଇ ଯାଇଛି l ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l ଜମିବାଡି ଭାଗବଣ୍ଟାକୁ ନେଇ ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗିରହିଥିଲା ।
ସେହିପରି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବିନ୍ଧାଣୀ ସାହିରେ ଏକ ଘଟଣା ଘଟିଛି । ଅସ୍ତ୍ରରେ ନିଜ ମାଆକୁ ହତ୍ୟା କରିଥିଲା ପୁଅ । କିନ୍ତୁ ହତ୍ୟାର ପ୍ରକୃତ କାରଣ ଜଣାପଡିନଥିଲା । ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଥିଲା ।
