କେନ୍ଦୁଝର : କେନ୍ଦୁଝରର ଏକ ବେସରକାରୀ ଶିକ୍ଷାନୁଷ୍ଠାନକୁ ପୌରପାଳିକାର ନୋଟିସ । ୧କୋଟି ୮୬ଲକ୍ଷ ଟଙ୍କା ହୋଲଡ଼ିଂ ଟ୍ୟାକ୍ସ ବାକି ରଖିଥିବା ଅଭିଯୋଗ ନେଇ ନୋଟିସ୍ ଜାରିକରିଛି କେନ୍ଦୁଝରଗଡ଼ ପୌରପାଳିକା । କେନ୍ଦୁଝର ସହର ବଡ଼ହଳଠାରେ ଥିବା ରବୀନ୍ଦ୍ର ବିଦ୍ୟା ନିକେତନ ଦୀର୍ଘ ବର୍ଷ ହେବ ହୋଲଡିଂ ଟିକସ ଦେଇନଥିଲା ।
ବକେୟା ବଢି ୧କୋଟି ୮୬ ଲକ୍ଷ ଟଙ୍କାରେ ପହଞ୍ଚିଥିବା ବେଳେ, ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ସଂପୃକ୍ତ ଶିକ୍ଷାନୁଷ୍ଠାନ ବକେୟା ଟଙ୍କା ପୈଠ କରି ନଥିଲା । ଏପରକି ପୌରପାଳିକା ପକ୍ଷରୁ ଜାରି କାରଣ ଦର୍ଶାଅ ନୋଟିସ୍ ର ମଧ୍ୟ ଉତ୍ତର ରଖିନଥିଲା । ଯାହାକୁ ନେଇ ପୌରପାଳିକା ନୋଟି ସ ଜାରି କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ । ସେହିପରି ପୌରପାଳିକାର ୨୧ଟି ୱାର୍ଡ଼ର ୨୫ଶହ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପୌର କାର୍ଯ୍ୟାଳୟ ତରଫରୁ ନୋଟିସ ଜାରି ହୋଇଛି ।
