Oppo ଲଭର୍ସଙ୍କ ପାଇଁ ଆସିଲା ଖୁସି ଖବର । ଲଞ୍ଚ ହେଲା ଏକ ଜବରଦସ୍ତ ଫୋଲ୍ଡେବଲ୍ ଫୋନ୍ । ଏହାର ଫିଚର୍ସ ରହିଛି ବହୁତ୍ ବଢ଼ିଆ । ତେବେ ଆସନ୍ତୁ ଜାଣିବା ଏହି ଦମଦାର୍ ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।
Oppo ଏହାର ନୂଆ ଫୋଲ୍ଡେବଲ୍ ଫୋନ୍ ଲଞ୍ଚ କରିଛି । ଯାହାର ନାମ ହେଉଛି- Oppo Find N6 foldable ସ୍ମାର୍ଟଫୋନ୍ । ଚୀନ୍ କମ୍ପାନୀ ଏହାକୁ ଘରୋଇ ବଜାର ସମେତ କିଛି ନିର୍ଦ୍ଦିଷ୍ଟ ଗ୍ଲୋବାଲ୍ ମାର୍କେଟରେ ମଧ୍ୟ ଉପସ୍ଥାପନ କରିଛି। ଏଥିରେ ୨୦୦MP କ୍ୟାମେରା ଏବଂ ଏକ ପାୱାରଫୁଲ୍ ୬୦୦୦mAh ବ୍ୟାଟେରୀ ରହିଛି । କମ୍ପାନୀ ଦାବି କରିଛି ଯେ Oppoର ଏହି ଫୋଲ୍ଡେବଲ୍ ଫୋନ୍ ‘ଜିରୋ ଫିଲ୍’ କ୍ରିଜ୍ ଫିଚର୍ସ ସହିତ ଲେସ୍, ଅର୍ଥାତ୍ ଫୋଲ୍ଡ ହେଲେ ଏହାର ଡିସପ୍ଲେ କ୍ରିଜ୍ ହୁଏ ନାହିଁ। ଏହି ଫୋଲ୍ଡେବଲ୍ ଫୋନ୍ କମ୍ପାନୀର AI Pen ସହିତ ଆସିଥାଏ ।
ଫିଚର୍ସ:
Oppoର ଏହି ଫୋଲ୍ଡେବଲ୍ ସ୍ମାର୍ଟଫୋନରେ ୮.୧୨ ଇଞ୍ଚର OLED ଡିସପ୍ଲେ ପ୍ୟାନେଲ୍ ଅଛି ଯାହାର ରିଜୋଲ୍ୟୁସନ୍ ୨୪୮୦ x ୨୨୪୮ ପିକ୍ସେଲ୍ ଅଟେ। ଏଥିରେ ୬.୬୨ ଇଞ୍ଚର ସେକେଣ୍ଡାରୀ AMOLED ଡିସପ୍ଲେ ମଧ୍ୟ ଅଛି। ଉଭୟ ସ୍କ୍ରିନ୍ ୧୨୦Hz ରିଫ୍ରେସ୍ ରେଟ୍ ଏବଂ ୧୮୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ। ଏହି ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ Qualcomm Snapdragon 8 Elite Gen 5 ପ୍ରୋସେସରରେ କାମ କରେ। ଏଥିରେ ୧୬GB ପର୍ଯ୍ୟନ୍ତ LPDDR5x RAM ଏବଂ 1TB ପର୍ଯ୍ୟନ୍ତ UFS 4.1 ଷ୍ଟୋରେଜ୍ ଅଛି ।
ଏଥିସହ ଜାଣିରଖନ୍ତୁ ଯେ, Oppo Find X9 Android 16 ଉପରେ ବେସ୍ଡ ColorOS 16 ଚଲାଏ । ଫୋନର ବ୍ୟାକରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ସହିତ ଏକ ଗୋଲ ରିଙ୍ଗ କ୍ୟାମେରା ଡିଜାଇନ୍ ପ୍ରଦାନ କରିଥାଏ । ଏହି ଫୋଲ୍ଡେବଲ୍ ଫୋନରେ ୨୦୦MP ପ୍ରାଇମେରୀ OIS କ୍ୟାମେରା, ୫୦MP ଅଲଟ୍ରା-ୱାଇଡ୍-ଏଙ୍ଗଲ୍ କ୍ୟାମେରା ଏବଂ ୫୦MP ଟେଲିଫଟୋ କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ୨୦MP ଫ୍ରଣ୍ଟ କ୍ୟାମେରା ମଧ୍ୟ ଉପଲବ୍ଧ । ଫୋନର କ୍ୟାମେରା 3x ଅପ୍ଟିକାଲ୍ ଜୁମ୍ ଏବଂ 120x ଡିଜିଟାଲ୍ ଜୁମ୍ ସପୋର୍ଟ କରେ ।
ଏହି ଫୋଲ୍ଡେବଲ୍ ଫୋନଟି ଏକ ପାୱାରଫୁଲ୍ ୬୦୦୦mAh ବ୍ୟାଟେରୀ ପ୍ୟାକ୍ କରେ ଏବଂ ୮୦W ୱାୟର୍ଡ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ। ଏହା ସହିତ, ଫୋନଟି ୫୦W ୱାୟାରଲେସ୍ ଚାର୍ଜିଂ ସପୋର୍ଟ ମଧ୍ୟ ପ୍ରଦାନ କରିବ। କନେକ୍ଟିଭିଟି ପାଇଁ ଏଥିରେ NFC, ବ୍ଲୁଟୁଥ୍, WiFi, 5G ଏବଂ 4G ସାମିଲ୍ । କମ୍ପାନୀ ଏହି ଫୋଲ୍ଡେବଲ୍ ଫୋନକୁ Oppo AI Pen ସହିତ ଲଞ୍ଚ କରିଛି ।
ପ୍ରାଇସ୍:
Oppoର ଏହି ଫୋଲ୍ଡେବଲ୍ ଫୋନ୍ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ ଯାହା ରହିଛି- ୧୨GB RAM + ୨୫୬GB ଷ୍ଟୋରେଜ୍, ୧୬GB RAM + ୫୧୨GB ଷ୍ଟୋରେଜ୍ ଏବଂ ୧୬GB RAM + 1TB । ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୧,୩୪,୨୦୦ ଟଙ୍କା ରହିଛି । ଅନ୍ୟାନ୍ୟ ଭାରିଆଣ୍ଟଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧,୪୭,୬୦୦ ଟଙ୍କା ଏବଂ ୧,୬୧,୦୦୦ ଟଙ୍କା ରହିଛି ।
ଏହି ଫୋଲ୍ଡେବଲ୍ ଫୋନର 1TB ଭାରିଆଣ୍ଟରେ ସାଟେଲାଇଟ୍ କନେକ୍ଟିଭିଟି ମଧ୍ୟ ଉପଲବ୍ଧ ହେବ । Oppo Find N6 ଡିପ୍ ବ୍ଲାକ୍ ଏବଂ ଗୋଲ୍ଡେନ୍ ଅରେଞ୍ଜ କଲର ସହିତ ଟାଇଟାନିୟମ୍ କଲର ଅପ୍ସନରେ ପ୍ରଦାନ କରାଯାଇଛି । ଏହା ମାର୍ଚ୍ଚ ୨୦ ତାରିଖରୁ ଚୀନ୍ ବଜାରରେ ସେଲ୍ ପାଇଁ ଉପଲବ୍ଧ ହେବ । ଏଥିସହ ଯଦି ଆପଣ ଏକ ପାୱାରଫୁଲ୍ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।
