ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧୬ ତାରିଖରୁ ରାଜ୍ୟରେ ଆରମ୍ଭ ହେଉଛି ଜନଗଣନା ପ୍ରଥମ ପର୍ଯ୍ୟାୟ । ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହ ତାଲିକା ପ୍ରସ୍ତୁତ ହେବ । ଏପ୍ରିଲ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଲୋକମାନେ ସେଲଫ ଏନୁମିରେସନ ପୋର୍ଟାଲ ମାଧ୍ୟମରେ ନିଜେ ନିଜ ସୂଚନା ଦେଇପାରିବେ। ଏପ୍ରିଲ ୧୬ରୁ ଘରକୁ ଘର ବୁଲି ଗଣନାକାରୀ ତଥ୍ୟ ସଂଗ୍ରହ କରିବେ । ଗଣନାକାରୀ ଓ ସୁପରଭାଇଜରମାନେ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ କରିବେ। ପ୍ରଥମ ଥର ପାଇଁ ଡିଜିଟାଲ ଜନଗଣନା ହେବ ।
ରାଜ୍ୟରେ ୩୦ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ୧ ଲକ୍ଷରୁ ଅଧିକ ଗଣନାକାରୀ ଓ ୧୭ ହଜାରରୁ ଅଧିକ ସୁପରଭାଇଜର ନିଯୁକ୍ତ ହେବେ । ୯୧ ଟି NAC, ୪୮ଟି ମ୍ୟୁନିସିପାଲିଟି, ୫ଟି ମ୍ୟୁନିସିପାଲ୍ କର୍ପୋରେସନରେ ଗଣନା କାର୍ଯ୍ୟକ୍ରମ ଜାରି ରହିବ । ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ତଥା ପଦ୍ମଶୀ ସୁଦର୍ଶନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ବ୍ରାଣ୍ଡ ଆମ୍ବାସଡର ଭାବେ ଯୋଗଦେଇଛନ୍ତି ।
