ସ୍ଥାନୀୟ ସତ୍ୟ ନଗର ପଦ୍ମଶ୍ରୀ ପ୍ରଫୁଲ୍ଲ କର ପାର୍କ ରେ ସ୍ୱାଧୀନ ଫାଉଣ୍ଡେସନ ଦ୍ବାରା ଆୟୋଜିତ ତଥା ସତ୍ୟନଗର କଲ୍ଚରାଲ ଡେଭଲପମେଣ୍ଟ ସମିତି ଏବଂ ଭୁବେଶ୍ବରରେ କଟକ ପୋଲିସ କମିଶନରେଟ୍ ର ମିଳିତ ସହଯୋଗରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି।ବିଜେପି ନେତା ଜଗନ୍ନାଥ ପ୍ରଧାନ, ନିରଞ୍ଜନ ମିଶ୍ର, ବିଦୁସ୍ମିତା

ଦାଶ ମନ୍ତ୍ରୀ ଏବଂ ଅତିରିକ୍ତ ଡି ସି ପି ମାନସ ରଞ୍ଜନ ଗଡ଼ନାୟକ, ସତ୍ୟନଗର ସାଂସ୍କୃତିକ ଉନ୍ନୟନ ସମିତିର ସମ୍ପାଦକ ରାଜେନ୍ଦ୍ର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ନିବେଦିତା ଭଞ୍ଜ ସ୍ୱାଧୀନ ଫାଉଣ୍ଡେସନ ର ଅଧ୍ୟକ୍ଷ ପ୍ରସନ୍ନ ନାୟକ ପ୍ରମୁଖ ଏହି ଶିବିରକୁ ଉଦ୍ ଘାଟନ କରିଥିଲେ। ଦେବଂ।ଶ ର ଜନ୍ମ ଦିନରେ ଆୟୋଜିତ ଏହି ଶିବିରରେ ତାଙ୍କ ପିତା ସୂର୍ଯ୍ୟ ଦାଶ, ମାତା ସୁଚିଶ୍ମିତା ପାଢ଼ୀ ଏବଂ ସ୍ୱାଧୀନ ଫାଉଣ୍ଡେସନ ର ଅନ୍ୟ।ନ କର୍ମକର୍ତ୍ତା ମନୋରଞ୍ଜନ ସ୍ବାଇଁ, ସତ୍ୟଜିତ ସାମନ୍ତରାୟ ଏଵଂ ସବ୍ ଇନ୍ସପେକ୍ଟର ଶିବାନୀ ନନ୍ଦ ପ୍ରମୁଖ ଯୋଗଦାନ କରି ରକ୍ତ ଦାନ ଶିବିର ଆୟୋଜନ କରିଥିଲେ।
