ତା ୦୧.୦୪.୨୦୨୬/ବାଣପୁର, ଖୋର୍ଦ୍ଧା ଜିଲ୍ଲା ଆନୁକୁଲ୍ୟରେ ହିନ୍ଦୁ ଏକତା ମଞ୍ଚ ତରଫରୁ ପବିତ୍ର ଉତ୍କଳ ଦିବସ ପାଳନ ଓ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହା ସମାରୋହରେ ବାଣପୁର ସ୍ଥିତ ଶିଶୁମନ୍ଦିର ସଭା ଗୃହ ରେ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଜେନା, ମୁଖ୍ୟ ବକ୍ତା ଭାବେ ସ୍ବାମିନୀ ଅରୁନ୍ଧତୀ ଦେବୀ ମାତା, ସମ୍ମାନିତ ଅତିଥି ରୂପେ ରାଜ୍ୟ ସମ୍ପାଦକ ଡକ୍ଟର ପ୍ରଭାତ କୁମାର ସାହୁ, ଜିଲ୍ଲା ସଭାପତି ଶ୍ରୀ ଚିନ୍ତାମଣି ମିଶ୍ର , କାର୍ଯ୍ୟକାରୀ ସଭାପତି ଶ୍ରୀ ସତ୍ୟନାରାୟଣ ଷଡ଼ଙ୍ଗୀ,

ଜିଲ୍ଲା ସମ୍ପାଦକ ତଥା ଇଞ୍ଜିନିୟର ଶ୍ରୀ ଶେଷଦେବ ବରାଳ,ଶ୍ରୀ ରଙ୍କନାଥ ସେଠୀ, ଢେଙ୍କାନାଳ ଜିଲ୍ଲା ର ସଭାପତି ଶ୍ରୀ ଜ୍ୟୋତିରଞ୍ଜନ ସାହୁ କଟକ ଜିଲ୍ଲା ର ଉପସଭାପତି ଶ୍ରୀ ପ୍ରଦୀପ୍ତ ଆଚାର୍ଯ୍ୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମୁଖ୍ୟ ପରିଚାଳକ ଶ୍ରୀ ବୈରାଗୀ ଚରଣ ବଳ, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅବିନାଶ ପଟ୍ଟନାୟକ ବାଣପୁର ଶାଖା ଗାୟତ୍ରୀ ପରିବାରର ମୁଖ୍ୟ ଓ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ.ହିନ୍ଦୁ ଏକତା ମଞ୍ଚ ର ରାଜ୍ୟ ସଭାପତି ସଂଗଠନ ର ଲକ୍ଷ୍ୟ ଆଭିମୁଖ୍ୟ କୁ ପ୍ରକାଶ କରିବା ସହିତ ହିନ୍ଦୁ ମାନେ ସଂଗଠିତ ହେବାକୁ ଆହ୍ୱାନ ଦେଇଥଲେ.।ଅନ୍ୟ ସମସ୍ତ ବକ୍ତାମାନେ ହିନ୍ଦୁ କି ଭଳି ସୁରକ୍ଷିତ ରହିବା ସହିତ ହିନ୍ଦୁ ଧର୍ମ ଓ ସଂସ୍କୃତି ର ପ୍ରଚାର ପ୍ରସାର ହେଇପାରିବ ସେ ଦିଗରେ ଗୁରୁତ୍ୱ ଦେଇଥଲେ..
ସ୍ବାମିନୀ ଅରୁନ୍ଧତୀ ମା ଜଗତର ନାଥ ଜଗନ୍ନାଥ ବ୍ରହ୍ମ ସ୍ଵରୁପ ସେ ଅତ୍ର ତତ୍ର ସର୍ବତ୍ରର ବ୍ୟାଖ୍ୟା କରି ନାମଗାନ କରିଥିଲେ। ୧୫୦ରୁ ଉର୍ଦ୍ଧ୍ବ ନିମନ୍ତ୍ରିତ ଅତିଥି ତଥା କାର୍ଯ୍ୟ କର୍ତ୍ତା ପ୍ରାତଃ ୧୧ଟାରେ ଉପସ୍ଥିତ ରହି ବାଣୀ ପୀଠ ବାଣପୁର ମା ଆରାଧ୍ୟା ଦେବୀ ମା ଭଗବତୀଙ୍କୁ ମାଲ୍ୟାର୍ପଣ ଓ ଦ୍ବୀପ ପ୍ରଜ୍ଜ୍ୱଳନ କରି ବେଦାଦି ମନ୍ତ୍ରୋଚ୍ଚାରଣ ମାଧ୍ୟମରେ ସଭା ବର୍ଗଙ୍କ ଉତ୍ତରୋତ୍ତର ଉନ୍ନତି ଓ ଶାନ୍ତି କାମନା କରିଥିଲେ। ଏହା ପରେ ସରସ୍ବତୀ ଶୁ ବିଦ୍ୟାମନ୍ଦିର ତରଫରୁ ସାମୁହିକ ଉତ୍କଳ ସଙ୍ଗୀତ ଗାନ କରାଯାଇଥିଲା।ଏହା ପରେ ଶ୍ରୀ ଚିନ୍ତାମଣି ମିଶ୍ର ଜିଲ୍ଲା ସଭାପତି ସଭା ପରିଚାଳନା କରିଥିଲେ ।ଇଞ୍ଜିନିୟର ତଥା ସମ୍ପାଦକ ଶ୍ରୀ ଶେଷଦେବ ବରାଳ ହିନ୍ଦୁ ଏକତା ମଞ୍ଚ ଖୋର୍ଦ୍ଧା ଜିଲ୍ଲାର ବାର୍ଷିକ ବିବରଣୀ ପାଠ କରିବା ସହିତ ସଂଗଠନର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ.
.
ଏଯାବତ ନିଆଯାଇଥିବା ପଦକ୍ଷେପଗୁଡିକ ଉପରେ ସବିଶେଷ ବିବରଣୀ ରଖିଥିଲେ। ।ଏତତ୍ ବ୍ୟତୀତ ବାଣପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ, ଗୁରୁଜୀ ଗୁରୁମାଙ୍କ ସହଯୋଗ ଓ ଉପସ୍ଥାନ ସଭାକୁ ସୁଶୋଭିତ କରିଥିଲା । ଉକ୍ତ ସଭାରେ ସ୍ଥାନୀୟ ଅଞ୍ଚଳର ୧୫ରୁ ଉର୍ଦ୍ଧ୍ବ ସଂକୀର୍ତ୍ତନ ମଣ୍ଡଳୀ, ପାଲାଗାୟକ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଆଗାମୀ ଦିନରେ ହିନ୍ଦୁ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସକ୍ରିୟ ରହି ସଂଗଠନ କୁ କିପରି ଆଗକୁ ନେଇ ପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ସଭା ପ୍ରାରମ୍ଭରୁ ଶେଷଯାଏଁ ମଞ୍ଚ ପରିଚାଳନାର ଗୁରୁଦାୟିତ୍ଵକୁ ଜିଲ୍ଲା ସଂଯୋଜିକା ତଥା ଅଧ୍ୟାପିକା ସୁଶ୍ରୀ ସସ୍ମିତା ପାଣିଗ୍ରାହୀ ସୂଚାରୁରୂପେ କରିଥିଲେ। ସଭାରେ ସ୍ଥାନୀୟ ବହୁ ଅଧ୍ୟାପକ, ଅଧ୍ୟାପିକା, ସାମାଜିକ ଗଣମାଧ୍ୟମ କାର୍ଯ୍ୟ କର୍ତ୍ତା,ଅଧିବକ୍ତା, ଆଧ୍ୟାତ୍ମିକ ବ୍ୟକ୍ତିବିଶେଷ ତଥା ବୁଦ୍ଧିଜୀବୀଙ୍କ ସମର୍ଥନ ଓ ଉପସ୍ଥାନ ସଭାକୁ ଉଚ୍ଚକୋଟ୍ଟୀର କରିଥିଲା। ସର୍ବଶେଷରେ ଜିଲ୍ଲା ସଭାପତି ଶ୍ରୀ ଚିନ୍ତାମଣି ମିଶ୍ର ସଭାସାଙ୍ଗ ଘୋଷଣା କରିଥିଲେ।
