ଭୁବନେଶ୍ୱର : ୩,୪୦୦ କୋଟିରେ ତିଆରି ହେବ ଆଧୁନିକ ବସ୍ ଷ୍ଟାଣ୍ଡ, ଚାଷୀଙ୍କୁ ମିଳିବ ପାଣି ଓ ଶିଳ୍ପକୁ ମିଳିବ ବିଜୁଳି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
୧. ଅଟଳ ବସ୍ ଷ୍ଟାଣ୍ଡ ଯୋଜନା : ୩,୪୦୦ କୋଟି ଟଙ୍କା
ଓଡ଼ିଶାର ବସ୍ ଷ୍ଟାଣ୍ଡଗୁଡ଼ିକର ରୂପରେଖ ବଦଳିବ। ୨୦୩୧-୩୨ ମସିହା ମଧ୍ୟରେ ସାରା ରାଜ୍ୟରେ ଆଧୁନିକ ବସ୍ ଷ୍ଟାଣ୍ଡ ନିର୍ମାଣ ହେବ।
କେଉଁଠି ହେବ: ଜିଲ୍ଲା ସଦର ମହକୁମା, ବ୍ଲକ୍, ପର୍ଯ୍ୟଟନ ସ୍ଥଳୀ ଏବଂ ସହରାଞ୍ଚଳରେ ।
ସୁବିଧା: ଯାତ୍ରୀଙ୍କ ପାଇଁ ଆଧୁନିକ ବିଶ୍ରାମ ଗୃହ ଏବଂ ଦୋକାନ ବଜାର ପାଇଁ ସ୍ଥାନ ରହିବ।
ଶ୍ରେଣୀ ବିଭାଗ: ଭିଡ଼ ଅନୁଯାୟୀ ବସ୍ ଷ୍ଟାଣ୍ଡଗୁଡ଼ିକୁ ‘A’, ‘B’ ଓ ‘C’ ଶ୍ରେଣୀରେ ଭାଗ କରାଯିବ।
ଲାଭ: ଏଠାରୁ ସରକାରୀ ଓ ବେସରକାରୀ ଉଭୟ ବସ୍ ଚାଲିବ, ଯାହାଫଳରେ ଯାତ୍ରୀଙ୍କୁ ଯାତାୟାତରେ ସୁବିଧା ହେବ।
୨. ବିଜୁଳି ଭିତ୍ତିଭୂମିରେ ସୁଧାର : ୧,୬୪୭ କୋଟି ଟଙ୍କା
ଶିଳ୍ପାଞ୍ଚଳରେ ବିଜୁଳି ସମସ୍ୟା ଦୂର କରିବା ପାଇଁ ବଡ଼ ନିଷ୍ପତ୍ତି ।
ନୂଆ ସବ୍-ଷ୍ଟେସନ: କେନ୍ଦୁଝର ଜିଲ୍ଲାର ବାସୁଦେବପୁରଠାରେ ଏକ ବଡ଼ ‘GIS ସବ୍-ଷ୍ଟେସନ’ ନିର୍ମାଣ ହେବ।
କେଉଁମାନେ ଉପକୃତ ହେବେ: ଜୋଡ଼ା, ବଡ଼ବିଲ ଓ ପଳାସପଙ୍ଗା ଶିଳ୍ପାଞ୍ଚଳରେ ବିଜୁଳି ସମସ୍ୟା ଦୂର ହେବ।
ସମୟ ସୀମା: ଆସନ୍ତା ୩ ବର୍ଷ ମଧ୍ୟରେ ଏହି କାମ ଶେଷ ହେବ।
୩. ଚାଷୀଙ୍କ ପାଇଁ ଜଳସେଚନ : ୬୨୬ କୋଟିରୁ ଅଧିକ ଟଙ୍କା
ଚାଷ ଜମିକୁ ପାଣି ଯୋଗାଇବା ପାଇଁ ସରକାର ଅର୍ଥ ମଞ୍ଜୁର କରିଛନ୍ତି।
ପ୍ରକଳ୍ପ: ପାର୍ବତୀ ଗିରି ମେଗା ଲିଫ୍ଟ ପଏଣ୍ଟ ଓ ହାଡୁଆ ପ୍ରକଳ୍ପ।
ଉପକୃତ ଜିଲ୍ଲା: ସୋନପୁର, ସମ୍ବଲପୁର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ କଟକ।
ହାଡୁଆ ପ୍ରକଳ୍ପ: କଟକ ଜିଲ୍ଲାର ୭୬ଟି ଗାଁର ଚାଷୀ ଏହାଦ୍ୱାରା ଲାଭବାନ ହେବେ।
ଲକ୍ଷ୍ୟ: ଉଚ୍ଚା ଜମି ଓ ମରୁଡ଼ି ପ୍ରବଣ ଅଞ୍ଚଳରେ ଚାଷ ପାଇଁ ପାଣି ପହଞ୍ଚାଇବା।
