ଭୁବନେଶ୍ୱର : ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ‘ନାରୀ ଶକ୍ତି ବନ୍ଦନ’ ଉପରେ ଉଦବୋଧନ ଦେଇଛନ୍ତି । ଶ୍ରୀ ମୋଦୀ ସଂସଦରେ ନାରୀଶକ୍ତି ବନ୍ଦନ ଅଧିନିୟମ ଆଗତ ପରେ ସମସ୍ତଙ୍କ ସହଯୋଗରେ ଏହି ବିଲ୍ ପାରିତ କରିବା ଲକ୍ଷ୍ୟ ରଖିଛନ୍ତି ।
ଏହି ପରିପ୍ରେକ୍ଷୀରେ କିସ୍ ବିଶ୍ୱବିଦ୍ୟଳୟରେ ମଧ୍ୟ ‘ନାରୀ ଶକ୍ତି ବନ୍ଦନ’ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ୨୦୨୪ ମିସ୍ ଇଣ୍ଡିଆ ବିଜେତା ନିକିତା ପରୱାଲ୍ ଉପସ୍ଥିତ ରହି ନାରୀ ସଶକ୍ତିକରଣ ଉପରେ କିସ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସ୍ ଛାତ୍ରୀଙ୍କୁ ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଷୟରେ ଅବଗତ କରାଇଥିଲେ ।
ଶ୍ରୀ ସାମନ୍ତ କହିଲେ, ମହିଳା ସଂରକ୍ଷଣ ବିଲ୍ ଆସିଲେ ସଂସଦ ଓ ବିଧାନସଭାରେରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇ ରହିବ । KISS ର ୭୦ ପ୍ରତିଶତ ଛାତ୍ରୀ ରହି ପାଠ ପଢ଼ୁଛନ୍ତି । ଏହି ଅବସରରେ ଶ୍ରୀ ସାମନ୍ତ ନାରୀ ସମାଜକୁ ଶୁଭେଚ୍ଛା ଜଣାଇଥିଲେ ।
