ଭୁବନେଶ୍ୱର : KIIT ପରିସରରେ ଓଡ଼ିଆ ନୂଆବର୍ଷ ମହା ସମାରୋହରେ ପାଳିତ । ଏଥିରେ ଯୋଗଦେଇଥିଲେ ୬୧ତମ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ୩୦ ଜଣ ରାଜ୍ୟ ପ୍ରତିଯୋଗୀ । ବିଭିନ୍ନ ରାଜ୍ୟରୁ ଆସିଥିବା ଏହି ପ୍ରତିଯୋଗୀମାନେ ଖୁବ୍ ଧୁମ୍ଧାମରେ ଉତ୍ସାହର ସହ ଓଡ଼ିଆ ନୂଆବର୍ଷ ପାଳନ କରିଥିଲେ । ଓଡ଼ିଶାର ପ୍ରସିଦ୍ଧ ପାଟ ଶାଢ଼ି ପିନ୍ଧି ଓଡ଼ିଆ ଖାଦ୍ୟ ସାଙ୍ଗକୁ ଓଡ଼ିଶାର ପାରମ୍ପରିକ ମିଠା ଛେନାପୋଡ଼ର ମଜା ନେଇଥିଲେ । ସମ୍ପୂର୍ଣ୍ଣ ଓଡ଼ିଆ ଢ଼ାଞ୍ଚାରେ ପ୍ରସ୍ତୁତ ଓଡ଼ିଆ ଖାଦ୍ୟ ଖାଇ ସେମାନେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଉଚ୍ଚ ପ୍ରଶଂସା କରିଥିଲେ । ଓଡ଼ିଶାର ଉଚ୍ଚକୋଟୀର ସଂସ୍କୃତି ଓ ପରମ୍ପରାକୁ ସମଗ୍ର ଦେଶରେ ପହଞ୍ଚାଇବା ପାଇଁ ସେମାନେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।
