ଭୁବନେଶ୍ୱର : ବାଂଲାଦେଶୀ ଯୁବତୀ ଶିଲା ଅକ୍ତରଙ୍କୁ ନେଇ ପୁଲିସର ତନାଘନା । ବାଲେଶ୍ଵର ସହଦେବଖୁଣ୍ଟା ପୋଲିସ ଶିଲାଙ୍କୁ ଅଟକ ରଖି ନାଗରିକତ୍ଵ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛି । ଆଇନ ଅନୁସାରେ ତାଙ୍କୁ ବାଂଲାଦେଶ କୁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି । ପୂର୍ବରୁ ଶିଲା ବସ୍ତା ଅଞ୍ଚଳରେ ରହୁଥିଲେ । ନିଜକୁ ପ୍ରିୟା ସାହୁ ନାମରେ ଫେକ ଆଧାର କାର୍ଡ କରିଥିଲେ । ତାଙ୍କ ନାମରେ ବସ୍ତା ଥାନାରେ ଏକ ମାମଲା ମଧ୍ୟ ରହିଛି ।
ତେବେ ଶିଲା ଅକ୍ତର ଓରଫ୍ ପଲି ବେଗମ ଓରଫ୍ ପ୍ରିୟା ସାହୁ ଅନ୍ୟ କେଉଁ କେଉଁ ମାମଲାରେ ସମ୍ପୃକ୍ତ ଏବଂ ଆଉ କାହା ସହ ସମ୍ପର୍କରେ ରହିଛନ୍ତି, ସେନେଇ ଅଧିକ ତଦନ୍ତ କରୁଛି ସହଦେବଖୁଣ୍ଟା ଥାନା ପୋଲିସ । ୱାନ ଷ୍ଟପ ସେଣ୍ଟରରେ ଥିବା ଶୀଲା ଜଣେ ବଙ୍ଗଳାଦେଶୀ ନାଗରିକ ବୋଲି ସ୍ପଷ୍ଟ ହୋଇଛି । ତାଙ୍କ ଘର ବଙ୍ଗଳାଦେଶର ଢ଼ାକା ଅଞ୍ଚଳରେ ବୋଲି ଜଣାପଡ଼ିଛି
