ପୁରୀ : ପୁରୀରେ ବିଧାନସଭା ବାଚସ୍ପତି ସମ୍ମିଳନୀ । ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀକୁ ନେଇ ଅନୁଷ୍ଠିତ ହୋଇଛି ଚାରିଟି ରାଜ୍ୟର ବାଚସ୍ପତି ସମ୍ମିଳନୀ । ମହାରାଷ୍ଟ୍ର, କର୍ଣ୍ଣାଟକ, ନାଗାଲାଣ୍ଡ ଓ ଓଡିଶାର ବାଚସ୍ପତି ଏହିସମ୍ମିଳନୀରେ ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି। ଦଳ ବଦଳ ନିରୋଧୀ ଆଇନକୁ ନେଇ ଅଧିକାର ବିଷୟରେ ସମୀକ୍ଷା କରାଯାଇଥିଲା।
ପୂର୍ବରୁ ଏହି କମିଟିର ପ୍ରଥମ ବୈଠକ ମୁମ୍ବାଇ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି କମିଟିର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଦଶମ ଅନୁସୂଚୀ କୁ ନେଇ ଅଧିକ ସୁଦୃଢ କରାଯାଇପାରିବ ସେ ନେଇ ବୈଠକରେ ସମୀକ୍ଷା କରାଯାଇଥିଲା। ଏହି କମିଟିର ତୃତୀୟ ବୈଠକ ଜୁନ ମାସରେ କର୍ଣ୍ଣାଟକ ଠାରେ ହେବାକୁ ଥିବା ବେଳେ ସେଠାରେ ଚିଠା ପ୍ରସ୍ତାବ ପାରିତ ହେବ। ଏହା ପରେ ସାଂସଦ ବାଚସ୍ପତି ଓମ ବିର୍ଲା ଙ୍କ ସମେତ ବିଭିନ୍ନ ବିଭାଗ କୁ ପଠାଯିବ। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରୱେକରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।
