ସାଉଥ ସୁପରଷ୍ଟାର ସୂର୍ଯ୍ୟ ଏବଂ ତ୍ରିଷା କ୍ରିଷ୍ଣନଙ୍କ ଫିଲ୍ମ କରୁପ୍ପୁ ରିଲିଜ୍ ପାଇଁ ଏକ ସ୍ବତନ୍ତ୍ର ପରମିଶନ ମିଳିବା ପରେ ମଧ୍ୟ ରିଲିଜ ହୋଇପାରିଲା ନାହିଁ । ଫିଲ୍ମଟି ପୂର୍ବରୁ ଗୁରୁବାର ସ୍ବତନ୍ତ୍ର ପ୍ରଦର୍ଶନ ପାଇଁ ଅନୁମତି ମିଳିଥିଲା । ମାତ୍ର ଅନେକ ସ୍ଥାନରେ ଏହି ଶୋ ଗୁଡ଼ିକ ବାତିଲ ହୋଇଥିବା ଜଣାପଡ଼ିଛି । ସକାଳ ୯ଟାରେ ସ୍ବତନ୍ତ୍ର ପରମିଶନ ମିଳିଥିଲା ପ୍ରଦର୍ଶନ ପାଇଁ ମାତ୍ର ଏହା ରିଲିଜ୍ ହୋଇପାରିନଥିବା ଫିଲ୍ମର ପ୍ରଯୋଜକ ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି ।
ତାମିଲନାଡ଼ୁରେ ଗତ ବର୍ଷଠାରୁ ସକାଳ ଶୋ ନିଷିଦ୍ଧ ରହିଛି । ମାତ୍ର ଏହି ଫିଲ୍ମ ପାଇଁ ସରକାରୀ ଅନୁମତି ମିଳିଥିଲା । ତଥାପି ଅନେକ ହଲରେ ଏହା ରିଲିଜ୍ ହୋଇପାରିନାହିଁ । ଫ୍ୟାନ୍ସମାନେ ଆଗୁଆ ଟିକେଟ ବୁକ୍ କରିଥିବାବେଳେ ନିରାଶ ହୋଇଛନ୍ତି । ପ୍ରଯୋଜନା ସଂସ୍ଥା ପକ୍ଷରୁ ଏନେଇ କ୍ଷମା ମଗାଯାଇଛି । ସକାଳ ଶୋ’ ବାତିଲ୍ କରାଯାଇଥିବା ବେଳେ ସେ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଛନ୍ତି । ଫିଲ୍ମ ଶୋର ପ୍ରଡକ୍ସନ ରିଟେଲ୍ଡ ସମସ୍ୟା ଯୋଗୁଁ ବାତିଲ ହୋଇଛି । ପ୍ରଯୋଜକ ଏସ ଆର ପ୍ରଭୁ କହିଛନ୍ତି, ଫିଲ୍ମର ଶୋ ଫାଇନାନ୍ସିଆଲ କାରଣ ଯୋଗୁଁ ରିଲିଜ ହୋଇପାରିନାହିଁ ।
ଫିଲ୍ମ ରିଲିଜ ନେଇ ଫ୍ୟାନ୍ସ ଉତ୍ସାହିତ ରହିଥିଲେ । ଏହି ଫିଲ୍ମରେ ତ୍ରିଷା ମୁଖ୍ୟ ଭୂମିକାରେ ରହିଥିଲେ । ଦୀର୍ଘ ଦିନ ପରେ ତ୍ରିଷା ଏବଂ ସୂର୍ଯ୍ୟା ବଡ଼ ପରଦାରେ ଏକାଠି ନଜର ଆସୁଛନ୍ତି । ଏହି ଫିଲ୍ମରେ ଯୋଗୀ ବାବୁ, ସ୍ବାସିକା, ଆରଜେ ବାଲାଜୀ ଭଳି କଳାକାର ରହିଛନ୍ତି । ଫିଲ୍ମରେ କୋର୍ଟ ସିନ୍ ଆକ୍ସନ, ଇମୋସନ ଏବଂ ସୋସିଆଲ ଇସ୍ୟୁ ଦେଖିବାକୁ ମିଳିବ ।
