ଭୁବନେଶ୍ୱର : ଛୁଟି ନେଇପାରିବେ ନାହିଁ ବିଦ୍ୟୁତ କର୍ମଚାରୀ । ପ୍ରବଳ ଗ୍ରୀଷ୍ମ ଲହରୀରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ଆଖି ଆଗରେ ରଖି ନିର୍ଦ୍ଦେଶ ଦେଇଛି ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ ବା OPTCL । ପ୍ରସୂତୀକାଳୀନ ଓ ଚିକିତ୍ସା ଜନିତ ଛୁଟି ବ୍ୟତୀତ ସମସ୍ତ ପ୍ରକାରର ମଞ୍ଜୁର ଛୁଟିକୁ ତୁରନ୍ତ ବାତିଲ କରାଯାଉଛି ବୋଲି ଘୋଷଣା କରାଯାଇଛି । ଏହାସହ ବର୍ତ୍ତମାନ ଛୁଟିରେ ଥିବା ସମସ୍ତ କର୍ମଚାରୀମାନଙ୍କୁ ଯଥାଶୀଘ୍ର କାର୍ଯ୍ୟରେ ଯୋଗଦେବାକୁ ନୋଟିସ୍ ଜାରି କରାଯାଇଛି । ବିଦ୍ୟୁତ ଚାହିଦା ଯୋଗୁଁ ଉପୁଜିଥିବା ପରିସ୍ଥିତି, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । କୌଣସି ବିଦ୍ୟୁତ କର୍ମଚାରୀ, ଅଧିକାରୀଙ୍କ ପୂର୍ବ ଅନୁମୋଦନ ବିନା ମୁଖ୍ୟାଳୟ ଛାଡିବେ ନାହିଁ ।
