ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ରାଜ୍ୟସଭା ଉପନିର୍ବାଚନ ପାଇଁ ଓଡ଼ିଶାରୁ ଖାଲି ପଡ଼ିଥିବା ଗୋଟିଏ ଆସନ ପାଇଁ BJPରୁ ପ୍ରାର୍ଥୀ ହୋଇଛନ୍ତି ଦେବାଶିଷ ସାମନ୍ତରାୟ। ଓଡ଼ିଶା ସହ ରାଜସ୍ଥାନ, ଅରୁଣାଚଳପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ମଣିପୁର ପାଇଁ ନାଁ ଘୋଷଣା ହୋଇଛି । ଗୁଜରାଟରୁ ୪ଟି ଓ ମଧ୍ୟପ୍ରଦେଶରୁ ୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ସେହିପରି ରାଜସ୍ଥାନରୁ ୨ଟି, ଓଡ଼ିଶା, ଅରୁଣାଚଳପ୍ରଦେଶ ଓ ମଣିପୁର ଜଣେ ଲେଖାଏ ଆସନ ପାଇଁ ନାଁ ଘୋଷଣା କରାଯାଇଛି । ପୂର୍ବରୁ ଦେବାଶିଷ ବିଜେଡି ଟିକେଟରେ ରାଜ୍ୟସଭା ଯାଇଥିଲେ । ନିକଟରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇଥିଲେ ।
