ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ନିକଟରେ ପ୍ରକାଶିତ ଏକ ସର୍ଭେ ଅନୁସାରେ ୨୦୨୫-୨୬ର ସଂଖ୍ୟା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ପୂର୍ବ ରେକର୍ଡ ହିସାବରେ ଚଳତି ଥର ଶିକ୍ଷା କ୍ଷେତ୍ରରେ ବଜେଟ ବ୍ୟାପକ ହ୍ରାସ ପାଇଛି । ପାକିସ୍ଥାନରେ ୨୮.୯% କୁ ଦାରିଦ୍ୟ୍ର ହାର ବ୍ଦ୍ଧି ପାଇଛି । ସର୍ଭେରେ କୁହାଯାଇଛି ଯେ ଲୋକଙ୍କ କଷ୍ଟକୁ ମୁଦ୍ରାସ୍ଫୀତି ବଢାଇ ଦେଇଛି । ୨୦୧୮-୧୯ରେ ମୁଣ୍ଡାପିଛା ମାସିକ ଦାରିଦ୍ୟ୍ର ସୀମାରେଖା ₹୩,୭୫୭ ଥିଲା ଯାହା ଏବେ ₹୮,୪୮୪କୁ ବ୍ଦ୍ଧି ପାଇଛି । ସେଠାରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ସ୍ଥିତି ଅଧିକ ଗମ୍ଭୀର ରହିଛି । ପ୍ରଦେଶ ଗୁଡିକ ମଧ୍ୟରେ ବେଲୁଚିସ୍ଥାନ ଅଧିକ ଗରିବ ରହିଛି । ରିପୋର୍ଟରେ କୁହାଯାଇଛି ଯେ ଲୋକଙ୍କ ଆୟରେ ଅସମାନତା କ୍ରମାଗତ ଭାବରେ ବ୍ଦ୍ଧି ପାଉଛି ।
ସର୍ଭେ ଅନୁସାରେ ମଧ୍ୟପ୍ରାଚ୍ୟରେ ଚାଲୁଥିବା ଉତ୍ତେଜନା ଯୋଗୁଁ ପାକିସ୍ଥାନର ସ୍ଥିତି ଅଧିକ ଖରାପ ହେବାରେ ଲାଗିଛି । ପାକିସ୍ତାନର ୫୫ ପ୍ରତିସତ ବୈଦେଶିକ ମୁଦ୍ରା ମଧ୍ୟପ୍ରାଚ୍ୟକୁ ଆସିଥାଏ । ଯାହା ପାଇଁ ଦାରଦ୍ୟ୍ର ଆହୁରି ବଢିପାରେ । ଯାହା ଫଳରେ ଶିକ୍ଷା କ୍ଷେତ୍ରରେ ଏହାର ପ୍ରଭାବ ପଡିଛି । ଶିକ୍ଷା ଉପରେ ୨୦୨୫ ବର୍ଷରେ ୯୬୨ ବିଲିୟନ ପାକିସ୍ତାନୀ ଟଙ୍କାକୁ ହ୍ରାସ ପାଇବ ବୋଲି ଆକାଳନ କରାଯାଇଛି । ଯାହା ପୂର୍ବ ବର୍ଷରେ ୧,୨୫୧ ବିଲିଯନ ଟଙ୍କା ଥିଲା । ସେହିଭଳି ପାକିସ୍ତାନରେ ସାକ୍ଷରତା ହାର ୬୩ ପ୍ରତିଶତ, ଯେତେବେଳେ ମହିଳା ସାକ୍ଷରତା ମାତ୍ର ୫୪ ପ୍ରତିଶତ । ପାକିସ୍ତାନରେ ପ୍ରାୟ ଏକ ତ୍ତୀୟାଂଶ ପିଲା ଏବେ ଶିକ୍ଷାରୁ ବଞ୍ଚିତ ଅଛନ୍ତି । ସ୍କୁଲଗୁଡିକରେ ମୌଳିକ ଭିତ୍ତିଭୂମିର ଅଭାବ ରହିଛି । ସାରାଦେଶରେ ପ୍ରାଥମିକ ସ୍କୁଲରେ କେବଳ ୫୯ ପ୍ରତିଶତ ବିଦ୍ୟୁତ ରହିଛି । ଆଗାମୀ ଦିନରେ ଶିକ୍ଷା ଏବଂ ସାମଜିକ କଲ୍ୟାଣ କ୍ଷେତ୍ରରେ ଯଦି ନିବେଶ ଅଧିକ କରାନଯାଏ ତେବେ ସ୍ଥିତି ଅଧିକ ଭୟାବହ ହେବ ବୋଲି ଆଶଙ୍କା କରାଯାଇଛି ।
