ପେଡ୍ଡୀ ଷ୍ଟାର ରାମଚରଣ ଏବଂ ପତ୍ନୀ ଉପାସନା କାମିନେନୀ କୋନିଡେଲା ନିଜର ୧୪ ତମ ବିବାହ ବାର୍ଷିକୀ ପାଳନ କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି । ଦମ୍ପତି ସୋସିଆଲ ମିଡିଆରେ ଖାସ୍ ଫଟୋ ସେୟାର କରିଛନ୍ତି । ଫ୍ୟାନ୍ସଙ୍କ ସହିତ ଯାଆଁଳା ପିଲା ଶିବରାମ ଅନବୀରା ଦେବୀଙ୍କ ପ୍ରଥମ ଝଲକ ସେୟାର କରିଛନ୍ତି । ଏହାସହିତ ସୁନ୍ଦର କ୍ୟାପସନ ଲେଖିଛନ୍ତି ।
ରାମଚରଣ ଏବଂ ପତ୍ନୀ ଉପାସନା ଇନଷ୍ଟାରେ ନିଜ ଟ୍ବିନଙ୍କ ଫଟୋ ସେୟାର କରିଛନ୍ତି । ପିଲାଙ୍କ ଚେହେରା ଦେଖାଇବା ପାଇଁ କପଲ୍ ଏକ ସିମ୍ପଲ ଏବଂ ଇମୋସନାଲ ଫଟୋ ବାଛିଛନ୍ତି । ଏହି ଫଟୋରେ ୩ ପିଲାଙ୍କ ଛୋଟ ଛୋଟ ହାତ ଦେଖିବାକୁ ମିଳିଛି । ଏଥିରେ ବଡ଼ ଝିଅଙ୍କ ଫଟୋ ମଧ୍ୟ ସାମିଲ ରହିଛି । ଫଟୋ ସହିତ କପଲ୍ କ୍ୟାପସନ ଲେଖିଛନ୍ତି, ହାର୍ଟ ଇଜ୍ ଫୁଲ… ଏହାସହିତ ଇନଫିନିଟ ଇମୋଜି ଲଗାଇଛନ୍ତି ।
ରାମଚରଣ ଏବଂ ଉପାସନା ଚଳିତବର୍ଷ ଆରମ୍ଭରେ ଯାଆଁଳା ପିଲାକୁ ସ୍ବାଗତ କରିଥିଲେ । ପୂର୍ବରୁ ଏମାନେ ପିଲା ଜନ୍ମ ନେଇ କଥା ଗୋପନ ରଖିଥିଲେ । ତେବେ ଏମାନଙ୍କର ପୂର୍ବରୁ ଏକ ଝିଅ ରହିଛି । ଏମାନେ ପିଲା ରାମଚରଣ ଏବଂ ଉପାସନା ୨୦୧୨ରେ ବିବାହ କରିଥିଲେ ।
ରାମଚରଣଙ୍କ ଫିଲ୍ମ ପେଦ୍ଦୀ ନିକଟରେ ରିଲିଜ ହୋଇଛି । ଏହି ଫିଲ୍ମ ବକ୍ସ ଅଫିସରେ ବେଶ୍ କମାଲ କରିଛି । ଭାରତରେ ଫିଲ୍ମ ଏଯାଏଁ ୨୧୬ କୋଟି ଟଙ୍କାର ନେଟ୍ ଆୟ କରିଛି ।
