ବଡ଼ଚଣା ତା ୧୮/୬(ଦିଲ୍ଲୀପ କୁମାର ମହାନ୍ତି): ୫୩ ନମ୍ବର ଜାତୀୟ ରାଜପଥ ସୁଭଦ୍ରା ପୁର ଛକ ନିକଟ ଫରେଷ୍ଟ ଅଫିସ ସମୁଖରେ ଆଜି ୧ଟା ୩୦ ମିନିଟ୍ ସମୟରେ ରେ ଜଣେ ବାଇକ ଆରୋହୀକୁ ଏକ ହାଇୱା ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିଲେ l ଘଟଣା ରୁ ପ୍ରକାଶ ଯେ ବଡ଼ଚଣା ଦେଉଳକୁର ଗ୍ରାମର ବିଶିଷ୍ଟ ସମାଜ ସେବୀ ଏବଂ ଷ୍ଟାମ୍ପ ଭେଣ୍ଡର ରବୀନ୍ଦ୍ର ରଣା (୭୦) ବଡଚଣା ସବରେଜିଷ୍ଟ୍ରାର କାର୍ଯ୍ୟା ଲୟରେ ଷ୍ଟାମ୍ପ ଭେଣ୍ଡର ରୂପେ କାର୍ଯ୍ୟ ସାରି ମହାବିନାୟକ ମନ୍ଦିର ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ ବିବାହ କାର୍ଯ୍ୟରେଯୋଗ ଦେବାକୁ ଯାଉଥିବା ସମୟରେ ସ୍କ୍ୱଟି ଯାହାର ନମ୍ବର ଓ ଡି ୦୪ଭି ୬୧୪୧ କୁ ପଛପଟୁ ଅନ୍ୟ ଏକ ୧୨ଚକିଆ ହାୱା ଯାହାର ନମ୍ବର ଓ ଡି ୨୨ଏ ଇ ୮୪୫୪ ସ୍କ୍ୱଟି ଉପରେ ଚଢିଯାଇଥିଲା ଘଟଣା ସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିଲା l ଖବର ପାଇ ବଡ଼ଚଣା ପୋଲିସ ଓ ଚଣ୍ଡିଖୋଲ ପୋଲିସ ଘଟଣା ସ୍ଥଳେ ପହଞ୍ଚି ଶବକୁ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇବା ସହିତ ଗାଡି ଦୁଇଟିକୁ ଜବତ କରି ଚଣ୍ଡିଖୋଲ ଫାଣ୍ଡିକୁ ଆଣି ଥିଲେ l ଘଟଣା ସ୍ଥାନରୁ ହାୱା ଚାଳକ ଫେରାର ହୋଇଥଲା l ଏହି ଘଟଣାର ଖବର ଶୁଣି ବଡ଼ଚଣା ପୂର୍ବତନ ବିଧାୟକ ଅ ମର ପ୍ରସାଦ ଶତପଥି, ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପହଁଚିବା ସହିତ ଗଭୀର ଦୁଃଖ ପ୍ରକାଶ କରିଥିଲେ, ଖବର ପାଇ ଦୈନିକ ପର୍ଯ୍ୟବେକ୍ଷକ ସମ୍ପାଦକ ପବିତ୍ର ମୋହନ ସାମନ୍ତରାୟ , ଚଣ୍ଡିଖୋଲ ପ୍ରେସ କ୍ଲବ ର କାର୍ଯ୍ୟ କାରୀ ସଭାପତି ଦିଲ୍ଲୀପ କୁମାର ମହାନ୍ତି ଗଭୀର ଶୋକ ପ୍ରକାଶ କରିଥିଲେl ବଡ଼ଚଣା ମେଡିକାଲ ରେ ସ୍ଥାନୀୟ ବଡ଼ଚଣା, ଦେଉଳକୁର ଓ ଆଖ ପାଖର ଗ୍ରାମର ଲୋକମାନେ ବହୁ ସଂଖ୍ୟାରେ ରୁଣ୍ଡ ହେବା ସହିତ ଦୁଃଖ ପ୍ରକାଶ କରିଥିଲେ l ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ l
