କଟକ: ବିଶ୍ୱ ସ୍ତରୀୟ ହେବାକୁ ଥିବା କଟକ ଏସସିବି ମେଡିକାଲର ବିକଳ ଚିତ୍ର । ପ୍ରବଳ ବର୍ଷା ଯୋଗୁଁ ଏସସିବି ମେଡିକାଲ ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି । ହନ୍ତସନ୍ତ ହେଲେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ । ଡ୍ରେନେଜ ଓ ୱାଟକୋ ବିଭାଗର ମନମୋଟ କାମପାଇଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଆଜି କଟକରେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ଲାଗି ରହିଥିଲା । ବର୍ଷା ଯୋଗୁ ସହରର କେତେକ ରାସ୍ତା ଏବଂ ସାହି ବସ୍ତି ଜଳମଗ୍ନ ହୋଇ ପଡିଛି। ମୁଖ୍ୟ ନାଳରେ ଆବର୍ଜନା ଜମି ରହିଥିବାରୁ ବର୍ଷା ଜଳ ନିଷ୍କାସନରେ ବିଳମ୍ବ ହେଉଛି । ଆଜିର ବର୍ଷା ଫଳରେ କିଛି ସ୍ଥାନରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି । କଟକର ମେରିଆ ବଜାର, ପଟାପୋଲ, ବାଦାମବାଡି ରକ୍ସି ଲାଇନ୍, ସେମିନାରୀ ଛକ, ପେଟିନ ସାହି ପ୍ରମୁଖ ରାସ୍ତାରେ ପାଣିର ସୁଅ ଚାଲିଥିଲା ।
