ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ମିସ୍ ୟୁନିଭର୍ସ ଓଡ଼ିଶା ୨୦୨୬ ପୁନମ ମହାରଣା । ମିସ୍ ୟୁନିଭର୍ସ ଓଡ଼ିଶା ୨୦୨୬ ଏବଂ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ ଗଞ୍ଜାମ ଝିଅ ପୁନମ ମହାରଣା । ଏହି ଅବସରରେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ପରିବାର ଲୋକେ । ଏହି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଝିଅ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ସବୁଠି ଖୁସି ଆଣି ଦେଇଛି । ଏହି ସଫଳତାର ଶ୍ରେୟ ନିଜ ପିତାମାତାଙ୍କୁ ଦେବା ସହିତ, ମିସ୍ ଇଣ୍ଡିଆ ବନି ମିସ୍ ୱର୍ଲ୍ଡ ହେବାର ଇଚ୍ଛା ଅଛି ବୋଲି କହିଛନ୍ତି ପୁନମ । ପ୍ରଥମେ ଓଡ଼ିଶାର ୧୦୦ ଜଣ ପ୍ରତିଯୋଗୀଙ୍କୁ ନେଇ ମିସ୍ ୟୁନିଭର୍ସ ଓଡିଶା ୨୦୨୬ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଜୟ ଲାଭ କରିବା ସହିତ, ବିଜୟୀ ମୁକୁଟ ପିନ୍ଧିଛନ୍ତି ପୁନମ । ଅଗଷ୍ଟ ମାସରେ ଆୟୋଜିତ ହେବାକୁ ଥିବା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ ପୁନମ । ସାରା ଭାରତରୁ ୫୫ ଜଣ ସୁନ୍ଦରୀ ଏଥିରେ ବିଭିନ୍ନ ବିଭାଗରେ ଭାଗ ନେଇଛନ୍ତି ବୋଲି ସେ କହିଛନ୍ତି ।
