ନୟାଗଡ଼: ହାତୀ ବୁଲୁଛି। ନୟାଗଡ଼ ଜିଲ୍ଲା କଣ୍ଟିଲୋ ନିଳମାଧବ ମନ୍ଦିର ନିକଟରେ ଗତକାଲି ବିଳମ୍ବିତ ରାତିରେ ମହାନଦୀରେ ଏକ ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା । ହାତୀଟି ମନ୍ଦିରର ପଶ୍ଚିମଦ୍ବାରରେ ଥିବା ଗଙ୍ଗାମାତା ମନ୍ଦିର ନିକଟରେ ପାଣି ଭିତରୁ ବାହାରିବାକୁ ଚେଷ୍ଟା କରୁଥିଲା। ଲୋକଙ୍କ ପାଟିତୁଣ୍ଡ ଶୁଣି ପୁଣିଥରେ ପାଣି ଭିତରକୁ ଚାଲିଯାଇଥିଲା । ଗୋଠଛଡା ଦନ୍ତାହାତୀଟି ଆଠଗଡ ଜଙ୍ଗଲ ପଟୁ ଚାଲିଆସିଥିବା ଅନୁମାନ କରାଯାଉଛି ।
ବନ୍ଯା ପାଣି ଆସିଯିବାରୁ ଯାଇନପାରି ଏପଟସେପଟ ହେଉଥିବା ନୟାଗଡ ଡିଏଫଓ ଦେବାର୍ଚ୍ଚନ ବେହେରା ଦେଇଛନ୍ତି । ଲୋକଙ୍କ କୋଳାହଳ ଯୋଗୁ ହାତୀ ରାତିରେ ପାଣି ସୁଅରେ ଭାସିଯାଇ ନଦୀ ମଧ୍ଯରେ ଥିବା ଏକ ଟାପୁରେ ଲାଗିଥିବା ଖବର ମିଳିଛି । ତେବେ ଡ୍ରୋନ୍ ମାଧ୍ୟମରେ ଗତିବିଧି ଅନୁଧ୍ୟାନ ପରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଡିଏଫଓ କହିଛନ୍ତି ।
ଘଟଣା ପରେ ବନବିଭାଗ ସତର୍କ ହୋଇପଡ଼ିଛି। ନୟାଗଡ଼ ଡିଏଫଓ ଦେବାର୍ଚ୍ଚନ ବେହେରା କହିଛନ୍ତି ଯେ, ହାତୀଟିର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଡ୍ରୋନ୍ ସାହାଯ୍ୟରେ ହାତୀଟିର ସଠିକ୍ ଅବସ୍ଥିତି ଏବଂ ଗତିପଥ ଚିହ୍ନଟ କରାଯିବ। ସେହି ଅନୁଯାୟୀ ହାତୀଟିକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଫେରାଇବା ପାଇଁ ପଦକ୍ଷେପ ନିଆଯିବ।
