ଭୁବନେଶ୍ୱର : ପ୍ରବଳ ବର୍ଷା ଓ ବନ୍ୟା ପ୍ରଭାବିତ ୨୨ ଜିଲ୍ଲା ପାଇଁ ୧୧୦ କୋଟି ଟଙ୍କା ସହାୟତା ଦିଆଯାଇଛି । ପ୍ରାଥମିକ ରିପୋର୍ଟ ଅନୁସାରେ ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି । ବନ୍ୟା ପାଣି ଖସିବା ସହ ରାଜସ୍ବ ଓ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଉଛି । କାଲି ସୁଦ୍ଧା କ୍ଷୟକ୍ଷତି ନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ବନ୍ୟାରେ ଫସଲ ହାନି ଓ ଘର ଭାଙ୍ଗିଥିଲେ କ୍ଷତିପୂରଣ ଦିଆଯିବ । ଡିବିଟି ମାଧ୍ୟମରେ କ୍ଷତିଗ୍ରସ୍ତଙ୍କ ନିକଟରେ ସହାୟତା ରାଶି ପହଞ୍ଚିବ ବୋଲି ସେ କହିଛନ୍ତି । ଆସନ୍ତାକାଲି ୫ ଟା ସୁଦ୍ଧା ବିଭିନ୍ନ ବିଭାଗର ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବ । ଏଥିପାଇଁ ରାଜସ୍ୱ ବିଭାଗ ଡାକିଛି ବୈଠକ । ରାଜ୍ୟରେ ଘାଇ ମରାମତି ଏବଂ ନଦୀ ବନ୍ଧର ମରାମତି କାର୍ଯ୍ୟ ପାଇଁ ଜିଲ୍ଲାରୁ ରିପୋର୍ଟ ମାଗିଛି ରାଜସ୍ୱ ବିଭାଗ ।
