ଭୁବନେଶ୍ୱର : ଲୋକ ଭବନକୁ ମିଳିଲା ପ୍ଲାଟିନମ ଗ୍ରୀନ କ୍ୟାମ୍ପସ ମାନ୍ୟତା । ଗ୍ରୀନ ଏନର୍ଜି ବା ଅକ୍ଷୟ ଶକ୍ତି ବ୍ୟବହାର କରି ଓଡିଶା ଲୋକ ଭବନ ସୁନାମ ଅର୍ଜନ କରିଛି । ଓଡ଼ିଶାର ଲୋକ ଭବନକୁ ଇଣ୍ଡିଆନ୍ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ (IGBC) ପକ୍ଷରୁ ‘ପ୍ଲାଟିନମ୍’ ରେଟିଂ ପ୍ରଦାନ କରାଯାଇଛି । ଏହା ସହ ଗ୍ରୀନ୍ ପ୍ଲାଟିନମ୍ ପ୍ରମାଣପତ୍ର ପାଇବାରେ ଲୋକ ଭବନ ଭାରତର ପ୍ରଥମ ଲୋକ ଭବନ ହୋଇଛି ।
ଅକ୍ଷୟ ଶକ୍ତି, ଜଳ ସଂରକ୍ଷଣ, ଜୈବ ବିବିଧତା, ଅପଚୟ ପରିଚାଳନା ଏବଂ ସ୍ବଚ୍ଛତା ରେଟିଂରେ ଶହେରୁ ଅଠାଅଶୀ ସ୍କୋର କରିବା ସହିତ ଓଡିଶା ଲୋକ ଭବନ ଅନ୍ୟ ଲୋକ ଭବନ ତୁଳନାରେ ସର୍ବୋଚ୍ଚ ସ୍ତରରେ ରହିଛି। IGBC Green Campus ରେଟିଂରେ ଓଡିଶାର ଲୋକ ଭବନ ଦେଶର ପ୍ରଥମ କ୍ୟାମ୍ପସ ହୋଇଛି ।
