ଭୁବନେଶ୍ବର, ତା ୧୯ (ସ୍ବର୍ଣ୍ଣପ୍ରଭା ନାୟକ ଓ ଦେବପ୍ରସାଦ ମହାନ୍ତି )
ଓଡ଼ିଶାର ଲୋକଭବନକୁ ପ୍ରତିଷ୍ଠିତ ଇଣ୍ଡିଆନ ଗ୍ରୀନ ବିଲ୍ଡିଂ କାଉନସିଲ ( ଆଇଜିବିସି) ପ୍ଲାଟିନମ୍ ଗ୍ରିନ୍ କ୍ୟାମ୍ପସ ମାନ୍ୟତା ମିଳିଛି ଆଇଜିବିସି ପ୍ଲାଟିନମ୍ ଗ୍ରିନ୍ କ୍ୟାମ୍ପସ୍ ସାର୍ଟିଫିକେସନରେ ଲୋକଭବନ ୧୦୦ରୁ ୮୮ ନମ୍ବର ହାସଲ କରିଛି ଅକ୍ଷୟ ଶକ୍ତିର ବ୍ୟବହାର, ଜଳ ସଂରକ୍ଷଣ, ଜୈବ ବିବିଧତାର ସୁରକ୍ଷା ଏବଂ ବର୍ଜ୍ୟ ପରିଚାଳନା ଭଳି କ୍ଷେତ୍ରରେ ନିରନ୍ତର ଯୋଗଦାନକୁ ଆଇଜିବିସି ପକ୍ଷରୁ ସ୍ୱୀକୃତି ଦିଆଯାଇଥାଏ ଏଥିସହ ବିକାଶ ସହ ପରିବେଶଗତ ଦାୟିତ୍ୱକୁ ସମାନ ଭାବେ ଆଗେଇ ନେବା ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ଏହି ପ୍ରମାଣପତ୍ର ପ୍ରୋତ୍ସାହିତ କରିଥାଏ ଏହି ଦୃଷ୍ଟିକୋଣକୁ କାର୍ଯ୍ୟରେ ପରିଣତ କରି ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ମାର୍ଗଦର୍ଶନରେ ଲୋକଭବନକୁ ଏକ ସବୁଜ ଓ ଜଳବାୟୁ-ପ୍ରତିକ୍ରିୟାଶୀଳ ସାର୍ବଜନୀନ ପ୍ରତିଷ୍ଠାନରେ ପରିଣତ କରିବା ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଇଛି ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶ ଦିଗରେ ଲୋକଭବନର ଏହି ପଦକ୍ଷେପକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ବିବେଚନା କରାଯାଉଛି

ଲୋକଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ଆଇଜିବିସି ଅଧ୍ୟକ୍ଷ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ଏହି ମାନ୍ୟତା ସ୍ଥାୟୀ ଶାସନ ଭିତ୍ତିଭୂମି ଏବଂ ଜଳବାୟୁ ପ୍ରତିକ୍ରିୟାଶୀଳ ସାର୍ବଜନୀନ ପ୍ରତିଷ୍ଠାନ ଗଠନ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି କ୍ୟାମ୍ପସ୍ ଯୋଜନା, ଭିତ୍ତିଭୂମି ଓ ଦୈନନ୍ଦିନ କାର୍ଯ୍ୟରେ ସ୍ଥାୟୀତ୍ୱକୁ ସମନ୍ୱିତ କରିଥିବାରୁ ଲୋକଭବନକୁ ଏହି ସମ୍ମାନ ମିଳିଛି ଲୋକଭବନ କ୍ୟାମ୍ପସ୍ ଶକ୍ତି-ଦକ୍ଷ ପ୍ରଣାଳୀ, ନବୀକରଣୀୟ ଶକ୍ତିର ବ୍ୟବହାର, ଜଳ ସଂରକ୍ଷଣ, ଜୈବ ବିବିଧତା ସୁରକ୍ଷା, ବୈଜ୍ଞାନିକ ବର୍ଜ୍ୟବସ୍ତୁ ପରିଚାଳନା, ସ୍ଥାୟୀ ଗତିଶୀଳତା ଏବଂ ବାସିନ୍ଦାଙ୍କ କଲ୍ୟାଣ ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି

ଏହି ସଫଳତାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଓଡ଼ିଶାର ସବୁ ବିଶ୍ୱ ବିଦ୍ୟାଳୟ ଗ୍ରୀନ କ୍ୟାମ୍ପସ ହେଉ ହଜାର ହଜାର ଛାତ୍ରଛାତ୍ରୀ କ୍ୟାମ୍ପସ ଗୁଡିକରେ ପଢୁଛନ୍ତି, ସେମାନେ ଏହାଦ୍ୱାରା ଅନୁପ୍ରାଣିତ ହୋଇ, ଏହାକୁ ଅନୁପାଳନ କରିବେ ଦାୟିତ୍ୱବାନ ଶାସନ, ସମ୍ବଳର ସଠିକ୍ ବିନିଯୋଗ ଏବଂ ଏକ ସବୁଜ ଭବିଷ୍ୟତ ଦିଗରେ ଓଡ଼ିଶାର ପ୍ରତିବଦ୍ଧତାକୁ ଏହି ସାର୍ଟିଫିକେଟ୍ ପ୍ରମାଣିତ କରୁଛି ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି
