କାକଟପୁର : ଓଡିଶା ଉପକୂଳକୁ ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ଆସ୍ତରଙ୍ଗ ଉପକୂଳ ଅଞ୍ଚଳର ଲୋକମାନେ ଭୟଭୀତ । ଅଧିକ ଭୟଭୀତ ହୋଇଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । ସମ୍ଭାବ୍ୟ ବାତ୍ୟା ସୂଚନା ମିଳିବାପରେ ବିଶେଷ ଭାବରେ ଆସ୍ତରଙ୍ଗ ମାଛଧରା ଜେଠି ରେ ରହୁଥିବା ମାଛଧରା ଟ୍ରଲର ଗୁଡିକୁ ସୁରକ୍ଷିତ ରଖିବା ପାଇଁ ମଶ୍ଚ୍ଯଜୀବୀ ମାନେ ଦେବୀନଦୀର ଏକ ଶାଖା ନଦୀକୁ ନେଇ ସେଠାରେ ରଖିଥିବା ଦେଖିବାକୁ ମିଳିଛି । ଆସ୍ତରଙ୍ଗ ଅଞ୍ଚଳରେ ମଧ୍ୟ ପାଗର ପରିବର୍ତ୍ତନ ଦେଖିବାକୁ ମିଳିଛି । ତୁହାକୁ ତୁହା ମେଘ ସହିତ ପବନ ବହିବାର ଦେଖିବାକୁ ମିଳିଛି । ଆସ୍ତରଙ୍ଗ ମାଛଧରା ପୁରୁଣା ଜେଠି ରୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହିତ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲୋଚନା କରିଛନ୍ତି ଆମ କାକଟପୁର ରିପୋଟର ଲୋକନାଥ ସ୍ଵାଇଁ ।
