ନୂଆଦିଲ୍ଲୀ : ଖୁବ ଶୀଘ୍ର ଘୋଷଣା ହୋଇପାରେ ବହୁ ପ୍ରତିକ୍ଷିତ ଭାରତ- ଆମେରିକା ଟ୍ରେଡ ଡିଲ । ମୁମ୍ବାଇରେ ଜୟଶଙ୍କରଙ୍କ ସହ ସାକ୍ଷାତ ପୂର୍ବରୁ ବଡ଼ ବୟାନ ନେଇଛନ୍ତି ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ। କହିଛନ୍ତି ଉଭୟ ଦେଶ ମଧ୍ୟରେ ଖୁବଶୀଘ୍ର ଡିଲ ଘୋଷଣା ହେବ । ପରେ ଚୁକ୍ତି ସାକ୍ଷର ହେବ। ସେହିପରି ଜୟଶଙ୍କରଙ୍କ ସହ ଆଲୋଚନା ବେଳେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି, ବିଶ୍ୱ ଶକ୍ତି ସୁରକ୍ଷା ଓ ପ୍ରତିରକ୍ଷା ସହଯୋଗ ନେଇ ଚର୍ଚ୍ଚା ହୋଇଛି। ମୁମ୍ବାଇରେ ପହଞ୍ଚିବା ତାଜପ୍ୟାଲେସ ହୋଟେଲ ପରିଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଫଡ଼ନଭିସଙ୍କ ସହ ଆଲୋଚନା କରିଛନ୍ତି। କାଲି ରୁବିଓଙ୍କ ଜାମନଗର ଗସ୍ତର କାର୍ଯ୍ୟକ୍ରମ ରହିଛି ।
