ଭୁବନେଶ୍ୱର : ବାତ୍ୟା “ଅର୍ଣ୍ଣବ” କୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ବିଶ୍ୱବିଦ୍ୟାଳୟର ସୁରକ୍ଷା ପାଇଁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ବାତ୍ୟା ପରିସ୍ଥିତି ଉପରେ ନଜର ରଖିବା ଏବଂ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିବା ପାଇଁ ଏହି କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ ହୋଇଛି । ଏଥିପାଇଁ ପ୍ରଫେସର ମନୋରଞ୍ଜନ ସେନାପତିଙ୍କୁ ନୋଡାଲ ଅଫିସର୍ ଫୋନ୍ ନମ୍ବର: ୯୬୯୨୫୦୩୩୬୯ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ବୈଷୟିକ ଏବଂ ବିଦ୍ୟୁତ୍ ସହାୟତା ପାଇଁ ଅନ୍ୟାନ୍ୟ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ବିଶ୍ୱବିଦ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
