ଭୁବନେଶ୍ୱର : ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତ ପରିବହନ ବିଭାଗ । ସମସ୍ତ RTO ଅଧିକାରୀଙ୍କ ଛୁଟି ବାତିଲ ସହ ସଦର ମହକୁମା ଛାଡ଼ି ନଯିବାକୁ ନିର୍ଦ୍ଧେଶ । କାରଣ ପରିବହନ ବିଭାଗ ଯୋଗାଯୋଗର ପ୍ରମୁଖ କାମ କରେ। ରିଲିଫ୍, ଲୋକକୁ ରେସ୍କ୍ୟୁ, ଭଳି କାମ ଏବେ ପ୍ରାଥମିକତା । ସେଥିପାଇଁ 35 ଟି RTO 3 ଟି RTO ବ୍ରାଞ୍ଚ ଅଧିକାରୀମାନଙ୍କୁ ସଦର ମହକୁମା ଛାଡ଼ି ନ ଯିବାକୁ ନିର୍ଦ୍ଧେଶ ଦିଆଯିବା ସହ ଛୁଟି ବାତିଲ କରାଯାଇଛି । ସମସ୍ତ ବସ ସଂଘ ମାନଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ରହିଛି। ରାଜ୍ୟ ଭିତର ଓ ବାହାର ଗାଡ଼ି କୁ ଚେକ୍ ପୋର୍ଟ ମାଧ୍ୟମରେ ସହାୟତା କରିବେ। ଜିଲ୍ଲା ପ୍ରସାଶନ କୁ ଆବଶ୍ୟକ ମୁତାବକ ଗାଡ଼ି ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି । 24 ଘଣ୍ଟିଆ ଅଫିସିଆଲ୍ କଣ୍ଟ୍ରୋଲ ରୁମ୍ କରାଯାଇଛି । ଭୂ ସ୍ଖଳନ ସମୟରେ ଯାନ ବହାବନ ସୁରକ୍ଷା ଧ୍ୟାନ ଦିଆଯାଉଛି ।ପ୍ରଭାଵିତ ଜିଲ୍ଲା ସହ ରାଜ୍ୟର ସମସ୍ତ ଜିଲ୍ଲାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ ।
