ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ । ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ । ହଠାତ୍ ଚାଲିଗଲା ଭକ୍ତଙ୍କ ଜୀବନ । ମୃତ ଶ୍ରଦ୍ଧାଳୁ ଢେଙ୍କାନାଳ ଜିଲ୍ଲାର ଦେବରାଜ ସାହୁ । ସେ ନିଜ ବନ୍ଧୁବାନ୍ଧବଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ୍ ବାହାରେ ଅପେକ୍ଷା କରିଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦେବରାଜଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଶବବ୍ୟବଚ୍ଛେଦ କରାଯାଇଛି ।
ସୂଚନା ଅନୁଯାୟୀ, ଦେବରାଜ ନିଜ ବନ୍ଧୁବାନ୍ଧବଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ । ଶ୍ରୀମନ୍ଦିରରେ ଜଗା ଦର୍ଶନ କରିବାକୁ ସେ ବେଶ୍ ଉତ୍ସାହିତ ଥିଲେ । ହେଲେ ଦର୍ଶନ ପାଇଁ ବ୍ୟାରିକେଡ୍ ବାହାରେ ଅପେକ୍ଷା କରିଥିବା ସମୟରେ ହଠାତ୍ ସେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କର ଅବସ୍ଥା ଖରାପ ହେବା ଦେଖି ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ସହାୟତା କରିଥିଲେ ।
ପରେ ଦେବରାଜଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ମୃତଦେହର ଶବବ୍ୟବଚ୍ଛେଦ କରାଯାଇଛି । ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ଏଭଳି ଦୁଃଖଦ ପରିସ୍ଥିତିରେ ଜୀବନ ହରାଇବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି । ଯେଉଁ ଦର୍ଶନ ପାଇଁ ସେ ଏତେ ଦୂରରୁ ଆସିଥିଲେ, ତାହା ତାଙ୍କ ପାଇଁ ଶେଷ ଯାତ୍ରା ହୋଇ ରହିଗଲା । ଜଗା ଦର୍ଶନର ଆଶା ନେଇ ପୁରୀ ଆସିଥିବା ଦେବରାଜଙ୍କ ଏଭଳି ଅକାଳ ବିୟୋଗ ତାଙ୍କ ପରିବାର ଓ ଆତ୍ମୀୟସ୍ୱଜନଙ୍କ ପାଇଁ ଏକ ବଡ଼ ଦୁଃଖଦ ଘଟଣା ପାଲଟିଛି ।
