ଭୁବନେଶ୍ୱର (କେନ୍ୟୁଜ୍) : ଭୁବନେଶ୍ବର ସତ୍ୟନଗର ସ୍ଥିତ ମା’ କାଳୀ ମନ୍ଦିର ପରିସରରେ ଗୁରୁବାର ଦିନ ରମା ଏକାଦଶୀ ଅବସରରେ ‘ଲିଙ୍ଗଦୀକ୍ଷା, ଗୁରୁମନ୍ତ୍ର ଉପଦେଶ ଓ ସମୂହ ଗଣାର୍ଚ୍ଚନା’ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ‘ପ୍ରବାସୀ ଯୁବ ଦେବାଙ୍ଗ ସଙ୍ଗମ’ ଆନୁକୂଲ୍ୟରେ ଏହି ବିଶାଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ପବିତ୍ର ଉତ୍ସବରେ ଆନ୍ଧ୍ର ପ୍ରଦେଶରୁ ଆସିଥିବା ପୂଜ୍ୟ ଗୁରୁ ଶ୍ରୀ କୁମାର ସ୍ୱାମୀଜୀ ଯୋଗ ଦେଇ ଭକ୍ତମାନଙ୍କୁ ଇଷ୍ଟଲିଙ୍ଗ ପ୍ରଦାନ କରିବା ସହ ଗୁରୁମନ୍ତ୍ର ଉପଦେଶ ଦେଇଥିଲେ। ଦେବାଙ୍ଗ ସମ୍ପ୍ରଦାୟର ବହୁ ଶ୍ରଦ୍ଧାଳୁ କଠୋର ନିୟମ ଓ ନିଷ୍ଠାର ସହ ଏହି ଦୀକ୍ଷା ଗ୍ରହଣ କରିଥିଲେ।
