କଣ୍ଟାବାଞ୍ଜି: ସର୍ଗିଗୁଡା ଗାଁରେ ଭାଲୁ ଆତଙ୍କ । ଚିନ୍ତାରେ ଗ୍ରାମବାସୀ, ଆଖୁ ଚାଷ ନଷ୍ଟ ଅଭିଯୋଗ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ତଥା ତୁରେକେଲା ବ୍ଲକ ସର୍ଗିଗୁଡା ଗାଁରେ ଭାଲୁ ଆତଙ୍କ । ଅନେକ ଚାଷୀ ଧାର ଉଦ୍ଧାର କରି ଆଖୁ ଫସଲ କରିଥିଲେ । ଫସଲ ହେବାକୁ ଥିବା ବେଳେ ଭାଲୁ ମାନେ ଆଖୁ ଫସଲକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଉଛନ୍ତି ।
ଗ୍ରାମବାସୀ ଗୋଟିଏ ପ୍ରକାର ଭୟରେ ରହୁଥିବା ଜଣାପଡିଛି । ଗାଁ ମୁହାଁ ହେଉଥିବା ବେଳେ ପାହାନ୍ତିଆରେ ପୁଣି ଜଙ୍ଗଲକୁ ଚାଲି ଯାଉଛନ୍ତି । କ୍ଷତି କରିଥିବା ଚାଷକୁ ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀ । ଭାଲୁକୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
