ଯାଜପୁର, : କୋରେଇ ବ୍ଲକ ଅନ୍ତର୍ଗତ ଗୋହିରାଗଡିଆ ( ମଲାରିଆ) ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଆଧ୍ୟତ୍ମିକପ୍ରେମୀ ବ୍ୟକ୍ତି ପଦ୍ମଚରଣ କରଙ୍କ ଦେହାନ୍ତ ଘଟିଛି । ଶ୍ରୀକରଙ୍କ ଦେହାନ୍ତରେ ଗୋହିରାଗଡିଆ ତଥା ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଭୁବନେଶ୍ୱର ସ୍ଥିତ କରୁଣାଶ୍ରୟରେ ରହି ଚିକିତ୍ସିତ ହେଉଥିବାବେଳେ ଗତ ୫ ନଭେମ୍ବର ସକାଳେ ପଦ୍ମଚରଣଙ୍କର ପରଲୋକ ହୋଇଛି । ଶେଷ ଶଯ୍ୟା ନିକଟରେ ତାଙ୍କ ପୁତ୍ର ପ୍ରିୟବ୍ରତ, କନ୍ୟା ପ୍ରଭାତନଳିନୀ, ବୋହୂ ଅନୁପମା, ମାନନ୍ତିରା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜ୍ୱାଇଁ କ୍ଷେତ୍ରବାସୀ ଘଡେଇ ଉପସ୍ଥିତ ଥିଲେ । ତାଙ୍କର ଏକମାତ୍ର ପୁତ୍ର ପ୍ରିୟବ୍ରତ ପ୍ରଦୀପ କୁମାର କର ମୁଖାଗ୍ନୀ ଦେଥିଲେ । ପଦ୍ମଚରଣ କର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ନିରୀକ୍ଷକ ଭାବେ ଗତ ୨୦୦୧ ମସିହା ଫେବୃୟାରୀ ମାସରେ ଚାକିରିରୁ ଅବସର ନେଇଥିଲେ । ଚାକିରିରୁ ଅବସର ପରେ ଗାଁ ପରିଚାଳନା କମିଟିର ସଭାପତି ଏବଂ ଶ୍ରୀକ୍ଷେତ୍ରପାଳ ଉଚ୍ଚ ବିଦ୍ୟାପୀଠ, ଗୋହିରାଗଡିଆ ପରିଚାଳନା କମିଟିର ସଭାପତି ଭାବେ କିଛି ବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ । ନିରଳସ ଜୀବନ ଶୈଳୀ ଓ ନିଜର କର୍ମ ତତ୍ପରତା ପାଇଁ ଆଖପାଖ ଅଂଚଳରେ ଶ୍ରୀ କର ଅତ୍ୟନ୍ତ ପ୍ରିୟପାତ୍ର ଥିଲେ । ଦେହ ଅସୁସ୍ଥତା କାରଣରୁ ଗତ ୫ ବର୍ଷ ହେବ ତାଙ୍କ ପୁତ୍ର ପ୍ରିୟବ୍ରତଙ୍କ କାର୍ଯ୍ୟସ୍ଥଳୀ କେନ୍ଦୁଝରରେ ରହି ଆସୁଥିଲେ । ତାଙ୍କ ଶବାଧାରରେ ଗୋହିରାଗଡିଆ, ନୂଆସାହି, ଅରଣ୍ୟମଦନା, କୋରବନ୍ଦି ଆଦି ଗ୍ରାମର ବହୁ ବ୍ୟକ୍ତି ବିଶେଷ, ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀଙ୍କ ସହ ଆଂଚଳିକ ସରକାରୀ ଅବସର ପ୍ରାପ୍ତ କର୍ମଚାରୀ ସଂଘ, ରଗଡିର ବହୁ ସଦସ୍ୟ ସାମିଲ ହୋଇଥିଲେ । ଶୋଭାଯାତ୍ରାରେ ତାଙ୍କର ଶବାଧାର ଶ୍ରୀକ୍ଷେତ୍ରପାଳ ଉଚ୍ଚ ବିଦ୍ୟାପୀଠ ପରିସରରେ ପହଁଚିବା ପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରି ଓ ଛାତ୍ରଛାତ୍ରଗଣ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀ କରଙ୍କୁ ଶ୍ରଦ୍ଧାଂଜଳି ଜଣାଇଥିଲେ । ପଦ୍ମଚରଣ କରଙ୍କ ଦେହାନ୍ତରେ ପାଟରଂଗା ସରପଂଚ ରଂଜନ କୁମାର ଦାସ,ସମିତି ସଭ୍ୟ କୁଶ ମୁଣ୍ଡା, ବିଶିଷ୍ଟ ଶିକ୍ଷାବିତ ଦେବେନ୍ଦ୍ର ସ୍ୱାଇଁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ରାଉତ, ଶିଶି ଭୂଷଣ ମାଝୀ, ବରିଷ୍ଠ ସାଂବାଦିକ ପ୍ରିୟରଂଜନ କର, ରାଜନେତା ବସନ୍ତ କର, ଶିକ୍ଷକ ଅରୁଣ କୁମାର ବେହେରା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
