ଭୁବନେଶ୍ବର: ୧୫ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସି.ପି ରାଧାକ୍ରିଷ୍ଣନ । ୧୬ ତାରିଖରେ ବିଧାନସଭାରେ ବିଧାୟକମାନଙ୍କ ପ୍ରଶିକ୍ଷଣରେ ସାମିଲ ହେବେ ଉପ ରାଷ୍ଟ୍ରପତି। ନୂଆ ବିଧାୟକଙ୍କ ନେଇ ହେବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ସେହିପରି ୨୮ ରେ ଓଡ଼ିଶା ଆସିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ଗସ୍ତରେ କିଛି ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ।
ନଭେମ୍ବର ମାସରେ ଓଡ଼ିଶାକୁ ଆସିବେ ଦୁଇ ହାଇପ୍ରୋଫାଇଲ୍ ଅତିଥି । ଆସନ୍ତା ୧୫ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଦେଶର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ । ତାଙ୍କର ଏହି ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଉପରାଷ୍ଟ୍ରପତି ନଭେମ୍ବର ୧୬ ତାରିଖରେ ଓଡ଼ିଶା ବିଧାନସଭାରେ ଆୟୋଜିତ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ । ବିଶେଷ କରି ନୂଆ ବିଧାୟକମାନଙ୍କୁ ବିଧାନସଭାର କାର୍ଯ୍ୟପ୍ରଣାଳୀ, ନିୟମାବଳୀ ଓ ବିଧାନସଭାରେ ସେମାନଙ୍କ ଭୂମିକା ସମ୍ପର୍କରେ ଅବଗତ କରାଇବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ସେହିପରି ନଭେମ୍ବର ୨୮ ତାରିଖରେ ଓଡ଼ିଶା ଆସିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତାଙ୍କର ଏହି ଗସ୍ତ ସମୟରେ ବିଭିନ୍ନ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ରହିଛି । ଉପରାଷ୍ଟ୍ରପତିଙ୍କ ଗସ୍ତ ଚୂଡ଼ାନ୍ତ ହୋଇଥିବା ବେଳେ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଦୁଇ ନେତାଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତି ଓ ପ୍ରଶାସନିକ ମହଲରେ ଉତ୍ସୁକତା ପ୍ରକାଶ ପାଇଛି ।
