ରାଇକିଆ: ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ଛାତ୍ରୀ । ଏକ ନିର୍ଦ୍ଦିଷ୍ଟ ଦାବି ନେଇ କନ୍ଧମାଳ ଜିଲ୍ଲା ରାଇକିଆ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ଚୁନପଲିରେ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀ ।
ସୂଚନା ଅନୁଯାୟୀ ଦୀର୍ଘବର୍ଷ ଧରି ହଷ୍ଟେଲ ଦାୟିତ୍ଵ ତୁଲାଉଥିଲେ ଶିକ୍ଷୟିତ୍ରୀ ସ୍ନିଗ୍ଧା ପରିଡ଼ା । ବର୍ତ୍ତମାନ ତାଙ୍କୁ ହଷ୍ଟେଲ ଦାୟିତ୍ଵରୁ ବାହାର କରାଯାଇ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ଵରେ ରହିଛନ୍ତି । କିନ୍ତୁ ଏକଥା ଛାତ୍ରୀ ମାନେ ମାନିବାକୁ ନାରାଜ। କେତେବେଳେ କୋଉ ଶିକ୍ଷୟିତ୍ରୀ ଆସୁଛନ୍ତି ଭଲରେ କଥାବାର୍ତ୍ତା କରୁନାହାନ୍ତି, କେତେବେଳେ କୋଉ ଶିକ୍ଷୟିତ୍ରୀ ଆସି ଛାତ୍ରୀ ମାନଙ୍କର ଭିଡିଓ କରୁଛନ୍ତି ।
ଶିକ୍ଷୟତ୍ରୀ ସ୍ନିଗ୍ଧା ହଷ୍ଟେଲ ଦାୟିତ୍ଵ ଛାଡ଼ିବା ଠାରୁ କେତେବେଳେ କିଏ ଆସି କଣ କହୁଛନ୍ତି କିଛି ବୁଝି ପାରୁନୁ ବୋଲି କହିଛନ୍ତି ଛାତ୍ରୀ ମାନେ । ଏନେଇ ଛାତ୍ରୀ ମାନେ ଶିକ୍ଷୟିତ୍ରୀ ସ୍ନିଗ୍ଧା ପରିଡାଙ୍କୁ ପୁଣିଥରେ ହଷ୍ଟେଲ ଦାୟିତ୍ଵରେ ରଖାଯାଉ ବୋଲି ଦାବି କରିଛନ୍ତି । ନଚେତ ଛାତ୍ରୀ ମାନେ ହଷ୍ଟେଲ ଛାଡି ଚାଲିଯିବୁ ବୋଲି କହିଛନ୍ତି ।
