ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଖଟିରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ବଢିବାରେ ଲାଗିଛି। ନିଶାସକ୍ତ ଅବସ୍ଥାରେ ରାସ୍ତା ଅବରୋଧ କରିବା ସହ ହାବୁଡ଼ରେ ପଡ଼ିଲେ ସାଧାରଣ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ବି ଏମାନେ ପଛାଉ ନାହାନ୍ତି।
ଏଭଳି ଏକ ଅଭାବନୀୟ ଘଟଣା ଭରତପୁର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ଅଞ୍ଚଳରେ ଦେଖିବାକୁ ମିଳିଛି, ଯେଉଁଠାରେ ସାମାନ୍ୟ ସାଇଡ୍ ମାଗିବାରୁ ଜଣେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ନିର୍ଦ୍ଧୁମ ପିଟି ଲହୁଲୁହାଣ କରିଛନ୍ତି। ଏହି ପୂରା ଆକ୍ରମଣର ଦୃଶ୍ୟ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି, ଯାହା ଏବେ ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀ ଜଣକ ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମଲରୁ ଫେରୁଥିବା ବେଳେ ବ୍ୟବସାୟୀ ଙ୍କୁ କଲେ ଆକ୍ରମଣ। ତଳେ ପକାଇ ମାଡ଼ ମାରିଲେ। ରଡ୍ ଓ ବେଲଚାରେ ମୁଣ୍ଡ ଫଟାଇଲେ। ଆକ୍ରମଣର ଶିକାର ବ୍ୟବସାୟୀ ଥାନାରେ ଅଭିଯୋଗ। ନିଶା ଖାଇ ଏପରି ରାସ୍ତାକୁ କବଜା କରୁଛନ୍ତି ଦୁର୍ବୃତ୍ତ। ଗତ ୨୨ତାରିଖ ସନ୍ଧ୍ୟାରେ ଏଭଳି ଘଟଣା ଘଟିଥିବା ବେଳେ ଏହାର ସିସିଟିଭି ଏବେ ସାମ୍ନାକୁ ଆସିଛି ।
