ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ପ୍ରଶାନ୍ତି ଏଜୁକେସନଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ମହର୍ଷି ପବ୍ଲିକ ସ୍କୁଲ, ଆଇଆରସି ଭିଲେଜ ଠାରେ ଏକ ଶିଶୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି |

ମଣିପାଲ ହସ୍ପିଟାଲର ଓ ମହର୍ଷି ପବ୍ଲିକ ସ୍କୁଲ ର ମିଳିତ ସହଭାଗିତାରେ ଆୟୋଜିତ ଏହି ଶିଶୁ ସ୍ୱାସ୍ଥ୍ୟ ଶିବିରରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଶିଶୁ ମାନଙ୍କର ଆଖି ଓ ଦାନ୍ତ ପରୀକ୍ଷା କରାଯିବା ସହ ଖାଦ୍ୟପେୟ ସମ୍ବନ୍ଧିତ ଉଚିତ ପରାମର୍ଶ ମଧ୍ୟ ପ୍ରଦାନ କରାଯାଇଥିଲା | ମହର୍ଷି ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ହେନା ମହାପାତ୍ରଙ୍କ ଉପସ୍ଥିତିରେ ଏଲ.କେ.ଜି ଠାରୁ ଷ୍ଟାଣ୍ଡାର୍ଡ ୩ ପର୍ଯ୍ୟନ୍ତ ପ୍ରାୟ ୧୫୦ ଜଣ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା | ପ୍ରଶାନ୍ତି ଏଜୁକେସନଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ତଥା ବିଶିଷ୍ଟ ସାମାଜିକ କର୍ମୀ ତପସ୍ୱିନୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମଣିପାଲ ହସ୍ପିଟାଲର ଅଭିଜ୍ଞ ଡାକ୍ତର ଜୟା ଶର୍ମା, ମିସ ସୁରଭି ବାଡ଼େକ ଖାଦ୍ୟ ବିଶେଷଜ୍ଞ, ଶ୍ରୀ ମଣ୍ଟୁ ପାତ୍ର,ମିସ ବର୍ଷାରାଣୀ ବେହେରା,ମିସ ଆହନା ଙ୍କ ଦ୍ୱାରା ଶିଶୁ ମାନଙ୍କୁ ପରୀକ୍ଷା କରାଯାଇଥିଲା | ଏହି ଅବସରରେ ତପସ୍ୱିନୀ ପଣ୍ଡା କହିଥିଲେ କି, ଆମ ଅନୁଷ୍ଠାନ ଦୀର୍ଘ ଦିନ ହେବ ସ୍ୱାସ୍ଥ୍ୟ ସଚେତନତା ଉପରେ କାର୍ଯ୍ୟ କରିଆସୁଛି | ତେବେ ଶିଶୁ ମାନଙ୍କ ପାଇଁ ଶିକ୍ଷାନୁଷ୍ଠାନ ପରିସରରେ ଏମିତି ଆୟୋଜନ ନିଶ୍ଚିତ ରୂପେ ଏକ ଭଲ ଅନୁଭବ | ଆଗାମୀ ଦିନରେ ଆମେ ଏଭଳି ଶିଶୁ ସ୍ୱାସ୍ଥ୍ୟ ଶିବିର ଅନ୍ୟ ସ୍କୁଲ ମାନଙ୍କରେ ଆୟୋଜନ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛୁ |ପ୍ରଶାନ୍ତି ଏଜୁକେସନାଲଆଣ୍ଡ ଚାରିଟେବଲ ତରଫରୁ ନବକୁମାର ଦାସ, ଲଷ୍ମୀ କାନ୍ତ ମିଶ୍ର, କାର୍ତ୍ତିକ ଚନ୍ଦ୍ର ବାରିକ ଓ ରମେଶ ଚୌଧୁରୀ ଉପସ୍ଥିତ ରହି ଏହି ସ୍ୱାସ୍ଥ୍ୟ ଶୀବିରକୁ ପରିଚାଳନା କରିଥିଲେ.ଏହି ଶିଶୁ ସ୍ୱାସ୍ଥ୍ୟ ଶିବୀର ରେ ସ୍ଥାନୀୟ କର୍ପୋରେଟର ମାନସୀ ସୁନ୍ଦରାୟ ଉପସ୍ଥିତ ରହି ପିଲାମାନପାଇଁ ମହର୍ଷି ପବ୍ଲିକ ସ୍କୁଲ ର ପ୍ରିନସିପାଲ ହେନା ମହାପାତ୍ରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.ସ୍କୁଲ ପରିସରରେ ଏଭଳି ଏକ ନିଆରା ଶିଶୁ ସ୍ୱାସ୍ଥ୍ୟ ଶିବିର ଆୟୋଜନକୁ ଅବିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ବେଶ ପ୍ରଶଂସା କରିଥିଲେ |
