ଗତ ଅଗଷ୍ଟ ମାସ 26 ତାରିଖ ଦିନ କଟକ ଇନ୍ର ହୁଇଲ୍ କ୍ଲବ ଦ୍ବାରା ସ୍ଥାନୀୟ ମମତା ସ୍ବଧାର ଗୃହ ଠାରେ ଏକ ସର୍ଭାଇବାଲ କ୍ଯାନସର ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ହ୍ୟୁମାନ ପାପିଲୋମା ଭାକ୍ସିନ୍ ସର୍ଭାଇବାଲ କ୍ଯାନସର ପ୍ରତିରୋଧ କରିବା ପାଇଁ ସହାୟକ ହୋଇଥାଏ।

ଏହି ଟୀକା ପ୍ରାୟ 9 ରୁ 25 ବର୍ଷ ବୟସର ଶିଶୁ ଓ ମହିଳା ମାନଙ୍କୁ ତିନିଟି ପର୍ଯ୍ୟାୟରେ ଦିଆଯାଇଥାଏ। କଟକ ଇନ୍ର ହୁଇଲ୍ କ୍ଲବ ଗତ ତିନି ବର୍ଷ ହେବ ଏହି ଟୀକାକରଣ କାର୍ଯ୍ୟକ୍ରମ ମମତା ସ୍ବଧାର ଗୃହର ମହିଳା ମାନଙ୍କୁ ଦେବା ଆରମ୍ଭ କରିଛି। ଟୀକା ଗୁଡିକ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ରମେ ଦିଆଯାଉଛି। ଗତ 26 ତାରିଖ ରେ ଆଠ ଜଣ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଟୀକା ନେଇ ଥିଲେ।
ଏହି ଟୀକାକରଣ କାର୍ଯ୍ୟକ୍ରମ ଆଚାର୍ଯ୍ଯ ହରିହର ପୋଷ୍ଟ ଗ୍ରାଜୁଏଟ ଇନ୍ଷ୍ଟିଚ୍ୟୁଟ ଅଫ୍ କ୍ଯାନସର ର ବରିଷ୍ଠ ବିଶେଷଜ୍ଞ ଡାକ୍ତର ଭାଗ୍ୟଲଷ୍ମୀ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଟୀକା ନେଇ ଥିବା ସମସ୍ତ ଅନ୍ତେବାସୀଙ୍କୁ ଟୀକାକରଣ ର ସ୍ୱୀକୃତିପତ୍ର ପ୍ରଦାନ କରାଯାଇଥିଲା।
ଏହି ଅବସରେ ସମସ୍ତ ଅନ୍ତେବାସୀ ଓ ପିଲାମାନଙ୍କୁ
କପ୍ କେକ୍ ଦଆଯାଇଥିଲା।
କଟକ ଇନ୍ର ହୁଇଲ୍ କ୍ଲବର କ୍ଯାନସର ନିରାକରଣ ନିମନ୍ତେ ଏହି ପ୍ରଚେଷ୍ଟାକୁ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନେ ସ୍ବାଗତ କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଜଣାଇ ଥିଲେ।
