ସମ୍ବଲପୁର ତା ୨/୯ ବରଗଡ଼ ଜିଲ୍ଲା ଘେଁସ ଅଞ୍ଚଳର ବିଶିଷ୍ଟ ଧର୍ମପରାୟଣ ତଥା ପରୋପକାରୀ ମହିଳା ରେଣୁକା ସରାଫ୍ ଙ୍କ ୬୦ ବର୍ଷ ବୟସରେ ଦୁଃଖଦ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ହୃଦଘାତ ଜନିତ୍ ଅସୁସ୍ଥ ହୋଇ ଚିକିତ୍ସାଧୀନ ରହିଥିଲେ । ମାତ୍ର ଗତ ସେପ୍ଟେମ୍ବର ୧ ତାରିଖ ରାତି ଗୋଟାଏ ୪୦ ମିନିଟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ।
ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ଵାମୀ ଶୁଭେନ୍ଦୁ ସରାଫ୍, ଦିଅର ଦେବେନ୍ଦ୍ର ସରାଫ୍, ଦୁଇ ଝିଅ ମାନସୀ, ମାମୁନୀ, ଦୁଇ ଜ୍ବାଇଁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି । ଏହି ଦୁଃଖଦ ଖବର ପାଇବା ପରେ ଆଖପାଖ ଅଞ୍ଚଳରୁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ଦିଅର ଦେବେନ୍ଦ୍ର ସରାଫ୍ ମୁଖାଗ୍ନି ଦେବାପରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା।
