ବଲାଙ୍ଗୀର/ଟିଟିଲାଗଡ଼, ତା୦୨-୦୯:ମାନ୍ୟବର ସାଂସଦ (ରାଜ୍ୟସଭା) ଶ୍ରୀ ନିରଞ୍ଜନ ବିଶି ଟିଟିଲାଗଡ଼ ହାଟପଦା ପଡ଼ା ଠାରେ କମ୍ୟୁନିଟି ସେଣ୍ଟର ର ଶୁଭ ଉଦଘାଟନ କରିଛନ୍ତି । ଏମ.ପି ଲାଡ଼ ରାଜ୍ୟସଭା ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ଏହି ଗୋଷ୍ଠୀ କେନ୍ଦ୍ର କୁ ଲୋକାର୍ପଣ କରି ସାଂସଦ ଶ୍ରୀ ବିଶି । ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘ, ହୀରା ଜିଟିଡ଼ି ୱାର୍କର୍ସ ୟୁନିୟନ ର ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ଅବସର ରେ ସ୍ଥାନୀୟ ଗଣ ମାଧ୍ୟମ ପ୍ରତିନିଧି ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତକାର ସହ ବିଭିନ୍ନ ବିଷୟ କୁ ନେଇ ଆଲୋଚନା କରିଥିଲେ।
