ଜେନାପୁର – ଯାଜପୁର ଜିଲ୍ଲାର ଧର୍ମଶାଳା ମହାବିଦ୍ୟାଳୟ ୪୮ ବର୍ଷରେ ପଦାର୍ପଣ କରିଛି ।ଏହାକୁ ନେଇ ଧର୍ମଶାଳା ମହାବିଦ୍ୟାଳୟ ପକ୍ଷରୁ ୪୮ତମ ସ୍ଵନକ୍ଷତ୍ର ସମାରୋହ ଅନୁଷ୍ଟିତ ହୋଇଛି ।ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେବା ସହ ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ରାଜ କିଶୋର ପାଢ଼ୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।ଆଗାମୀ ଦିନରେ ଧର୍ମଶାଳା ମହାବିଦ୍ୟାଳୟ ରାଜ୍ୟର ଏକ ପ୍ରମୁଖ କଲେଜ ଭାବରେ ପରିଗଣିତ ହେବ ଏଥିନିମନ୍ତେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବିଧାୟକ ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟ ର ଅଧକ୍ଷ ଅରୂପାନନ୍ଦ ପଣ୍ଡା ସଭାପତିତ୍ୱ କରିଥିଲେ l ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ମୁଖପତ୍ର କସ୍ତୁରୀ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ l ଅତିଥି ମାନଙ୍କ ଦ୍ୱାରା ମହାବିଦ୍ୟାଳୟ ର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ ସହ ସମ୍ବର୍ଦ୍ଧିତ କରାଯାଇଥିଲା l ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଛାତ୍ର ଛାତ୍ରୀ କର୍ମଚାରୀ ପ୍ରତିଷ୍ଠାତା ସଦସ୍ୟ ଉପସ୍ଥିତ ଥିଲେ
