ଗତ ତା ୧ /୯ /୨0୨ ୫ରିଖ ଦିନ ଭାରତୀୟ ଜୀବନ ବୀମା ନିଗମ, ପଟ୍ଟାମୁଣ୍ଡାଇ ଶାଖା ତରଫରୁ ବୀମା ସପ୍ତାହ ଆରମ୍ଭ କରାଯାଇଛି l ଆସନ୍ତା ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଏହି ଉତ୍ସବକୁ ପଟ୍ଟାମୁଣ୍ଡାଇ ମୁନିସିପାଲିଟିର କାର୍ଯ୍ୟନିବାହୀ ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ପ୍ରଦୀପ ଜାଳି ଉଦଘାଟନ କରିଥିଲେ l ବରିଷ୍ଠ ଶାଖା ପ୍ରବନ୍ଧକ, ଅରୁଣ କୁମାର ବିଶ୍ୱାଳଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ଭାରତୀୟ ଜୀବନ ବୀମା ନିଗମର କାର୍ଯ୍ୟାଧାରା, ଭାରତର ସାମାଜିକ ଓ ଆର୍ଥିକ ବିକାଶରେ ଏହାର ଯୋଗଦାନ ବର୍ଣ୍ଣନା କରିଥିଲେ l ସ୍ୱାଗତ ଅଭିଭାଷଣ ରେ ବରିଷ୍ଠ ଶାଖା ପ୍ରବନ୍ଧକ, ଶ୍ରୀ ବିଶ୍ୱାଳ, ଭାରତୀୟ ଜୀବନ ବୀମା ନିଗମର ଗୌରବମୟ ଇତିହାସ ର ଅବତାରଣା କରିଥିଲେ l ଇତ୍ୟବସରରେ ସମସ୍ତ ପଲିସି ଧାରକ,କର୍ମଚାରୀ, ଅଭିକର୍ତ୍ତା, ଶୁଭେଛୁ ମାନଙ୍କୁ ଶ୍ରୀ ବିଶ୍ଵାଳ ଅଭିନନ୍ଦନ ଓ ଧନ୍ୟବାଦ ଜଣେଇଥିଲେ l ବିଗତ ଦିନ ମାନଙ୍କ ଭଳି ଆଗାମୀ ଦିନ ମାନଙ୍କରେ ଭାରତୀୟ ଜୀବନବୀମା ନିଗମ ପ୍ରତି ବିଶ୍ୱାସ ଅତୁଟ ରଖିବାକୁ ପଲିସି ଧାରକ ମାନଙ୍କୁ ଅନୁରୋଧ କରିଥିଲେ l
ଆଲୋଚନା ଚକ୍ରରେ ଭାଗ ନେଇ ଶ୍ରୀ ସୁଜିତ କୁମାର ସିଂ, କୁଳମଣି ଗୋଛାୟତ, ତପରଞ୍ଜନ ବେହେରା, ରଞ୍ଜନ କୁମାର ପ୍ରଧାନ,ରାକେଶ କୁମାର ଧଳ, ଆଦିତ୍ୟ ଶଙ୍କର ଦାଶ ଓ ଲକ୍ଷ୍ମୀପ୍ରିୟା ସ୍ୱାଇଁ ଭାରତୀୟ ଜୀବନ ବୀମା ନିଗମର ଅତୀତ ଓ ବର୍ତ୍ତମାନ ଉପରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କର୍ମଚାରୀ ନେତା ଶ୍ରୀ ଅଭିମନ୍ଯୁ ଦାସ, ଦୀପକ କୁମାର ଜୟସିଂହ, ସୁଗୁଣା ସିଂ, ସୋମନାଥ ସ୍ୱାଇଁ, ଅଜୟ କୁମାର ତରେଇ, ତୃପ୍ତି ସାହୁ, ବିପିନ ବିହାରୀ ଜେନା, ପୂର୍ଣ୍ଚନ୍ଦ୍ର ରଣସିଂହ, ଚିନ୍ମୟ କୁମାର samal, ଚନ୍ଦ୍ରଶେଖର ବେହେରା, ସୂର୍ଯ୍ୟ ପ୍ରତାପ ଦାସ,ହିମାଂଶୁ ପରିଡା, ଅଭୟ କୁମାର ମାଝୀ, ସୋମନାଥ ସିଂ, ରଞ୍ଜନ କୁମାର ରାଉତ, ତ୍ରିଡ଼ିବ କୁମାର ବେହେରା ଇତ୍ୟାଦି ଶତାଧିକ କର୍ମଚାରୀ, ଅଭିକର୍ତ୍ତା ଓ ପଲିସଧାରୀ ଉପସ୍ଥିତ ଥିଲେ l
ପରିଶେଷରେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ସିଦ୍ଧେଶ୍ୱର ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ l
ଅପରାହ୍ନରେ ଆନ୍ତଃ ବିଦ୍ୟାଳୟ ବକ୍ତୃତା ପ୍ରତିଯୋଗିତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ବକ୍ତୃତା ରେ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟ, ପଟ୍ଟାମୁଣ୍ଡାଇ ର ସୁଶ୍ରୀ ମୋହିନୀ ଜୀବନ ଦାସ, ପ୍ରଥମ, ପଞ୍ଚାୟତ ହାଇସ୍କୁଲ, କଷଣକଣ୍ଟା ର ବର୍ଷା ପ୍ରିୟଦର୍ଶିନୀ ପରିଡା, ଦ୍ଵିତୀୟ, ଶିଶୁ ବିଦ୍ୟାମନ୍ଦିର, ପଟ୍ଟାମୁଣ୍ଡାଇ ର ଧନଞ୍ଜୟ ଦାସ, ତୃତୀୟ ସ୍ଥାନ ଅଧିକାର କରିଥିଲେ l
ଚିତ୍ରାଙ୍କନରେ ବେଲତଳ ଉପ୍ରା ବିଦ୍ୟାଳୟ ର ସାଇରାମ ପଣ୍ଡା, ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପଟ୍ଟାମୁଣ୍ଡାଇ ର ସ୍ମରିକା ସାହୁ, ଦ୍ଵିତୀୟ ଓ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟ, ପଟ୍ଟାମୁଣ୍ଡାଇ ର ଅଭିପ୍ସା ପଲେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ l ସମସ୍ତ ବିଜେତଙ୍କୁ ପୁରସ୍କୃତ କରାଯାଇଥିଲା l
