ଭଦ୍ରକ ସ୍ବୟଂଶାସିତ ମହାବଦ୍ୟାଳୟର ଛାତ୍ର ରାଜନୀତି ଏବେ ଉଷ୍ମ ହୋଇଛି। କଳେଜ ଗେଟ୍ରେ ଏକ ଗ୍ରୁପ୍ର ବ୍ୟାନରକୁ ନେଇ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତିକୁ ନେଇ ଅଶାନ୍ତ ପରିବେଶ ଦେଖାଯାଇଛି। ଗତ ତିନି ଦିନ ହେଲାଣି ଏଇ ବ୍ୟାନର ଲଗା ଘଟଣାକୁ ନେଇ କଲେଜ ଫାଟକ ଆଗରେ ଛାତ୍ରଛାତ୍ରୀମାନେ ପରସ୍ପର ମଧ୍ୟରେ ବାଦ ବିବାଦ ଲାଗିବା ସହ ଏହା ଖୋଲିବା ଓ ପୁଣି ଲାଗାଇବା ଭଳି ଟଣା ଓଟରା ପରିସ୍ଥିତି ସୃଷ୍ଟି ହୋଇଛି।ଗୋଟିଏ ଗୋଷ୍ଠୀ କଲେଜ ଆଗରେ ଧାରଣା ଦେଇ ଯିବା ପରେ ଅନ୍ୟ ଏକ ଗୋଷ୍ଠୀ ପୁଣି ଆସି ଧରଣା ଦେଇ ପ୍ରତିବାଦ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କର ଏକ ବ୍ୟାନରକୁ ନେଇ ଏଭଳି ଧାରଣା, ଆନ୍ଦୋଳନ କରିବାକୁ ନେଇ କଲେଜର ଶୈକ୍ଷିକ ପରିବେଶ୍ ନଷ୍ଟ ହେବା ସହ କଲେଜ ପରିସର ଅଶାନ୍ତ ହୋଇ ଉଠିଛି। ଏଭଳି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଗତ ତିନି ଦିନ ହେଲାଣି କଲେଜ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ଗଣେଶ ପୂଜା ବେଳେ ଭଦ୍ରକ କଲେଜର ମୁଖ୍ୟ ଗେଟ୍ ସମ୍ମୁଖରେ କିଲର ଗ୍ରୁପ୍ ନାମକୁ ଏକ କ୍ଲବର ବ୍ୟାନର ଲାଗାଯାଇଥିଲା। ଯେଉଁ ବ୍ୟାନରର ଭଦ୍ରକ କଲେଜ ଗେଟ୍ ଆଗରେ କାହିଁକି ଲଗାଯାଇଛି ବୋଲି ପ୍ରତିବାଦ କରି ଭଦ୍ରକ କଲେଜର ଏବିଭିପି ଛାତ୍ର ସଂଗଠନର ଛାତ୍ର ନେତାମାନେ ଏହାକୁ ବିରୋଧ କରିଥିଲେ। କଲେଜ କତ୍ତୃର୍ପକ୍ଷଙ୍କ ଏହି ବେନର ଲଗାଯିବା ସଂପର୍କରେ କିଲର ଗ୍ରୁପ୍ ଜଣାଇଥିଲା ନା ନିଜ ଇଚ୍ଛାରେ ଭଦ୍ରକ କଲେଜର ମୁଖ୍ୟ ଗେଟ୍ ଆଗରେ ମନଇଚ୍ଛା ଏଭଳି ବେନର ଲଗାଇଛନ୍ତି। ଏହି ବ୍ୟାନରକୁ ଖୋଲାଯାଉ ବୋଲି ଏବିଭିପି ଛାତ୍ର ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇ ଗେଟ୍ ଆଗରେ ଧରଣା ଦିଆଯାଇ ପ୍ରତିବାଦ କରାଯାଇଥିଲା। କଲେଜ କର୍ତ୍ତୃପକ୍ଷ ଏହି ବେନର ନଖୋଲିବାରୁ ଏବିଭିପି ଛାତ୍ର ନେତାମାନେ କିଲର ଗ୍ରୁପ୍ର ବେନରକୁ କେଲଜ ଗେଟରୁ ଖୋଲି ଦେଇ ନିଜ ଉଦ୍ୟମରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଲେଖା ଥିବା ଏକ ବେନର କଲେଜ ଗେଟ୍ରେ ଲଗାଇଥିଲେ।
