ରାୟଗଡ଼ା ଓଡ଼ିଶା ପତ୍ରକାର ସଂଘର ୧୬ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ଥିବା ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପତ୍ରକାର ସଂଘର ସଭାପତି ସମ୍ପାଦକ ଓ ସଭ୍ୟ ମାନେ ଉପସ୍ଥିତ ଥିଲେ। ଏଥିରେ ଶିଳ୍ପପତି ସମାଜସେବୀ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା। ସେଥି ମଧ୍ୟରୁ ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତିନିଧି ଆଲୋକ ମହାରଣାଙ୍କୁ ଲେଖନୀ ପାଇଁ ସମ୍ମାନିତ କରାଯାଇଥିଲା ।ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଅବକାରୀ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ଉପସ୍ଥିତ ଥିଲେ। ଆୟୋଜିତ ବିଶେଷ ସଭାରେ,ସାମାଜିକ ସେବା ଓ ଗଣମାଧ୍ୟମ କ୍ଷେତ୍ରରେ ଏହି ସମ୍ମାନ ଆଲୋକ ମହାରଣା ସ୍ମରଣୀୟ କରିବା ସହିତ, ଆଗାମୀଦିନରେ ଆହୁରି ବଡ଼ କାର୍ଯ୍ୟ ପାଇଁ ପ୍ରେରଣା ଦେବ ବୋଲି ଆୟୋଜକମାନେ ମତବ୍ୟକ୍ତ କରିଛନ୍ତି
