ମୋହନା -(କୃଷ୍ଣ କୁମାର ବେହେରା)-ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଜୋନ୍ ମୋନ୍ ହିଲ୍ ହୋମ୍ ଅମିତ ନଗର ଶିବ ମନ୍ଦିର ନିକଟରେ ଆଜି ଗଜପତି ଜିଲ୍ଲା କଂଗ୍ରସ ଦଳର ପକ୍ଷରୁ ଶେଷ ପର୍ଯ୍ୟାୟ ସଂଗଠନ ସୃଜନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି I ତୃଣ ମୂଳ ସ୍ତରରେ କଂଗ୍ରସ ଦଳକୁ ସୁଦୃଢ କରିବା ଏବଂ କଂଗ୍ରସ ପ୍ରେମୀଙ୍କ ଠାରୁ ମତାମତ ନେଇ ଜିଲ୍ଲା ସଭାପତିଙ୍କୁ ମନୋନୀତ କରି ଦାୟିତ୍ୱ ପ୍ରଦାନ କରିବା ତତ ସହିତ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ରେ ବିଜେପି ଦଳର ଗୋଡ଼ ଭାଙ୍ଗି କଂଗ୍ରେସ ଦଳର ସରପଞ୍ଚ, ସମିତି ମେମ୍ବର ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ଜିଲ୍ଲା ଅଧ୍ୟକ୍ଷ ପଦବି ବିଫୁଳ ସଂଖ୍ୟା ରେ ଭୋଟ ଲାଭ କରି ବିଜୟ ହାସଲ କରିବା ସକାଶେ ଏକ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା ବୈଠକ କରିଥିଲେ କଂଗ୍ରେସ କର୍ମୀ I ସଂଗଠନ ସୃଜନ ଅଭିଯାନରେ ପିସିସି ସଭାପତି ଏନ ରଘୁବୀର ରେଢ଼ି ସମେତ ଅନେକ କଂଗ୍ରସ ପଦଅଧିକାରୀ ଅବଜାର୍ବ ମାନେ ଯୋଗ ଦେଇଥିଲେ I ଚନ୍ଦ୍ରଗିରି, ମୋହନା, ଅଡ଼ବା, ବିରିକୋଟ, ଅନ୍ତରବା,ଚୁଡ଼ ଙ୍ଗପୁର ଏବଂ R. ଉଦୟଗିରି ଅଞ୍ଚଳର ଏକ ହଜାର ରୁ ଉର୍ଦ୍ଧ କଂଗ୍ରସ କର୍ମୀ ଯୋଗ ଦେଇଥିଲେ I
