ଭାରତୀୟ ଜୀବନବୀମା ନିଗମ,ପଟ୍ଟାମୁଣ୍ଡାଇର ବୀମା ସପ୍ତାହ ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଅଧ୍ୟକ୍ଷ, ଶ୍ରୀଯୁକ୍ତ ମନୋଜ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l

ଉତ୍ସବରେ ଅଧ୍ୟକ୍ଷତା କରି ଭାରତୀୟ ଜୀବନ ବୀମା ନିଗମ, ପଟ୍ଟାମୁଣ୍ଡାଇ ଶାଖାର ବରିଷ୍ଠ ଶାଖା ପ୍ରବନ୍ଧକ, ଶ୍ରୀ ଅରୁଣ କୁମାର ବିଶ୍ଵାଳ ସପ୍ତାହବ୍ୟାପି ଚାଲିଥିବା ଏହି ଉତ୍ସବ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ l ଭାରତୀୟ ଜୀବନବୀମା ନିଗମର ଦେଶ ନିର୍ମାଣରେ ଯୋଗଦାନ ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ମୁଖ୍ୟ ଅତିଥି ଶ୍ରୀ ପରିଡା, ଭାରତ ର ଆର୍ଥିକ ଓ ସାମାଜିକ ପ୍ରଗତିରେ ଭାରତୀୟ ଜୀବନବୀମା ନିଗମର ଭୂମିକାକୁ ପ୍ରଶଂସା କରିଥିଲେ l ଆଲୋଚନାରେ ଭାଗନେଇ ବରିଷ୍ଠ ସାମ୍ବାଦିକ ଶ୍ରୀ ଅଲେଖ ଚନ୍ଦ୍ର ଶର୍ମା, ଭାରତୀୟ ଜୀବନବୀମା ନିଗମକୁ ଦେଶର ସର୍ବବୃହତ ବୀମା ସଂସ୍ଥା କରିବାରେ ଏହାର କର୍ମଚାରୀ, ଅଭିକର୍ତ୍ତା ମାନଙ୍କର ଯୋଗଦାନକୁ ପ୍ରଶଂସା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କର୍ମଚାରୀ ନେତା ଅଭିମନ୍ୟୁ ଦାସ, ସିଦ୍ଧେଶ୍ୱର ଷଡ଼ଙ୍ଗୀ, ତପରଞ୍ଜନ ବେହେରା, ସୁଜିତ କୁମାର ସିଂହ ପ୍ରମୁଖ ଭାଗନେଇ, ଭାରତୀୟଜୀବନବୀମା ନିଗମର ଅତୀତ, ବର୍ତ୍ତମାନ ଉପରେ ଆଲୋକପାତ କରିଥିଲେ l
ଉକ୍ତ ଉତ୍ସବରେ ବିପିନ ବିହାରୀ ଜେନା,ସୁଗୁଣା ସିଂ, ଦୀପକ କୁମାର ଜୟସିଂ, ସୂର୍ଯ୍ୟ ପ୍ରତାପ ଦାସ, ରାକେଶ କୁମାର ଧଳ, ଅରୁଣ କୁମାର ସିଂହ, ପ୍ରଦୀପ କୁମାର ବାରିକ, ପୂର୍ଣ୍ଣ ଚନ୍ଦ୍ର ରଣସିଂ, ଇଶ୍ଵର ଚନ୍ଦ୍ର ବେହେରା, ଅଭୟ କୁମାର ମାଝୀ, ସୋମନାଥ ସ୍ୱାଇଁ, ଲକ୍ଷ୍ମୀନାରାୟଣ ଶତପଥୀ, ଉମେଶ ଚନ୍ଦ୍ର ସାହୁ, ଭାଗ୍ୟଦତ୍ତ ମହାନ୍ତି, ସ୍ମୃତି ରଞ୍ଜନ ସାହୁ, ବାସୁଦେବ ନାୟକ, ଶୁଭେନ୍ଦୁ ମହାପାତ୍ର, ସନ୍ତୋଷ କୁମାର ବେହୁରା, ଚନ୍ଦ୍ର ଶେଖର ଦାସ, ଭୀମସେନ ବାରିକ, କିରଣ କୁମାର ଦାସ, କୈବଲ୍ୟ ବେହେରା, ଭାଗବତ ପାତ୍ର, ପ୍ରଶାନ୍ତ ବେହେରା, ହରିହର ପଢିଆରି, ରମେଶ ଚନ୍ଦ୍ର ସାହୁ, ନିଗମାନନ୍ଦ ନାୟକ ଆଦି ଶତାଧିକ କର୍ମଚାରୀ ଓ ଅଭିକର୍ତ୍ତା ଯୋଗ ଦେଇଥିଲେ l
ପରିଶେଷରେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଆଦିତ୍ୟ ଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
