ନବରଙ୍ଗପୁର:୧୧/୦୯(ସମିସ):
ହୋଣ୍ଡା ମୋଟର ସାଇକଲ ଏଣ୍ଡ ସ୍କୁଟର ଇଣ୍ଡିଆର ହୋଣ୍ଡା ଅଲ୍ ନ୍ୟୁ ସିବି ୧୨୫ ହର୍ନେଟ ଏବଂ ହୋଣ୍ଡା ସାଇନ ୧୦୦ ଡିଏକ୍ସର ଗୁରୁବାର ନବରଙ୍ଗପୁର ସହରରେ ପ୍ରବେଶ କରିଛି। ଏଥି ସହିତ ନବରଙ୍ଗପୁର ଭିରିଧର ହୋଣ୍ଡା ମୋଟର ପ୍ରାଇଭେଟ୍ ଲିମିଟେଡ ବା ଭିରିଧର୍ ହୋଣ୍ଡା ପକ୍ଷରୁ ଗୁରୁବାର ନବରଙ୍ଗପୁର ରୋକିଶ।ନ୍ ପ୍ରିମିୟମ ପରିସରରେ ଉକ୍ତ ଦୁଇ ବାଇକ୍ ର ଶୁଭ ଉଦ୍ଘାଟନ କରାଯାଇଛି | ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବଣିକ ସଂଘ ସଭାପତି କାହ୍ନୁ ଦାସ, ଶୋରୁମ୍ ର ମୁଖ୍ୟ ପରିଚାଳକ ବିକାଶ ଜୈନ ହୋଣ୍ଡା ଓଡ଼ିଶା ସେଲସ ର ଏରିଆ ମ୍ୟାନେଜର ପ୍ରତୀକ କୁମାର ପ୍ରସାଦ , ଭିରିଧର ହୋଣ୍ଡା ସୋ ରୁମ୍ ନିର୍ଦ୍ଧେଶକ ରୁଚି ଜୈନ ମଞ୍ଚସିନ ଥିଲେ ।
ନୂତନ ଭାବରେ ଉନ୍ମୋଚିତ ହୋଇଥିବା ଅଲ୍ ନ୍ୟୁ ହୋଣ୍ଡା ସିବି ୧୨୫ ହର୍ନେଟର ମୂଲ୍ୟ ୧,୧୨,୦୦୦ ଟଙ୍କା ରଖାଯାଇଥିବା ବେଳେ ସାଇନ ୧୦୦ ଡିଏକ୍ସର ମୂଲ୍ୟ ୭୬,୮୦୯ ଟଙ୍କା ରହିଛି। ପରବର୍ତ୍ତୀ ପିଢିର ଚାଳକଙ୍କୁ ଲକ୍ଷ୍ୟ ରଖି ଏହି ବାଇକ୍ ଦ୍ଵାର ନିର୍ମାଣ କରିଛି କମ୍ପାନୀ।
ସିବି ୧୨୫ହର୍ନେଟରେ ତାହାର ସ୍ଫର୍ଟି ଷ୍ଟାଇଲିଂ ଏବଂ
ରୋମଞ୍ଚକରୀ ପ୍ରଦର୍ଶନ ଭରିରହିଛି। ସେହିଭଳି ସାଇନ ୧୦୦ ଡିଏକ୍ସ ଗରହକ ଆଶା କରୁଥିବା ସଲିଡ ହୈ, ଆଧାରରେ ଏହାର ପରିବଦ୍ଧିତ ବୈଶିଷ୍ଟ ଏବଂ ପ୍ରିମିୟର ଷ୍ଟାଇଲ ବହନ କରୁଛି। ଗ୍ରାହକମାନେ ଏହି ଏହି ମୋଟର ସାଇକଲ ଗୁଡିକ ନବରଙ୍ଗପୁର ଭୀରିଧର ହୋଣ୍ଡା ସୋରୁମରେ ବୁକ୍ କରିପାରିବେ ଏବଂ ହୋଣ୍ଡା ସିବି ୧୨୫ ହର୍ନେଟରେ ଦମଦାର ଷ୍ଟ୍ରିଟ ଷ୍ଟାଇଲ ଡିଜାଇନ ରହିଛି। ଏହା ଚାରୋଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ଅଛି
ଏଥିରେ ଗୋଲଡେନ ୟୁଏସଡି ସମ୍ମୁଖ ଫର୍କ, ଏଲଇଡି ଲାଇଟିଂ ବ୍ୟବସ୍ଥା, ପ୍ରତିବନ୍ଧକଶୂନ୍ୟ ଦିଗ ନିର୍ଣ୍ଣୟ, କଲ
ଏବଂ ଏସଏମଏସ ଆଲର୍ଟ ପାଇଁ ବ୍ଲଟୁଥ ସହ ଏକ ୪.୦୨ ଇଞ୍ଚ ଟିଏଫଟି ଡିସପ୍ଲେ ରହିଛି। ସେହିପରି ସାଇନ ୧୦୦ ଡିଏକ୍ସର ପ୍ରିମିୟର ଡିଜାଇନ ସହ ସାଇନର ପରମ୍ପରାକୁ ଆଗକୁ ବଢାଇଛି। ଏଥିରେ ନୂଆ ଡିଜାଇନ କରାଯାଇଥିବା ଆକର୍ଷଣୀୟ କ୍ରୋମ ଗାର୍ନିସିଂ ସହିତ ହ୍ୟାଡଲ୍ୟାମ୍ପ ଖୋଦେଇ କରାଯାଇଥିବା ପ୍ରଶସ୍ତ
ଇନ୍ଧନ ଟାଙ୍କି, ଆକର୍ଷଣୀୟ ବଡି ଗ୍ରାଫିକ୍ସ ଓ ଅଲ ବ୍ଲାକ ଇଞ୍ଜିନ ଓ ଗ୍ରାବ ରେଲ ରହିଛି। ଏହା ଚାରିଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ଥିବା ନବରଙ୍ଗପୁର ଭିରୀଧର ହୋଣ୍ଡା ସୋ ରୁମ୍ ମୁଖ୍ୟ ବିକାଶ କୁମାର ଜେନ ସୂଚନା ଦେଇଛନ୍ତି । ଆଜିର ଉଦଘାଟନୀ ଉତ୍ସବରେ ରାଇଘର ରାଜ ମୋଟର ସୋରୁମ୍ ମୁଖ୍ୟ କଳ୍ପନା ବର୍ମନ୍, ଉମରକୋଟ ସୀତାରାମ ହୋଣ୍ଡା ଶୋରୁମ୍ ମୁଖ୍ୟ ଶ୍ୟାମ କିଶୋର ଝା, ଧଡ୍ରା ମା ବିଡ୍ରି ମୋଟର ଶୋରୁମ ମୁଖ୍ୟ ସନ୍ତୋଷ ବେପାରୀ ଙ୍କ ସମେତ ଭିରିଧର ହୋଣ୍ଡା ମୁଖ୍ୟ ଶ୍ରୀ ଜୈନ ଙ୍କ ସମେତ ପରିବାର ସଦସ୍ୟ ଏବଂ ନବରଙ୍ଗପୁର ସହର ଏବଂ ଜିଲ୍ଲାର ବହୁ ମୋଟର ସାଇକେଲ ମରାମତି ସଂଘର କର୍ମକର୍ତ୍ତା ଏବଂ ସଦସ୍ୟ ନବରଙ୍ଗପୁର ବଣିକ ସଂଘର ବହୁ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
