ଯାଜପୁର: ୧୫/୦୯: ଓଡ଼ିଶା ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାର କାର୍ଯ୍ୟକାରିଣୀ ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ରାଜ୍ୟ ସଭାପତି ସୂର୍ଯ୍ୟକାନ୍ତ ବେହେରା, ସଂପାଦକ ଶ୍ରୀ ଆୟୁଷ୍ମାନ ଚୌଧୁରୀ, ସ୍ବତନ୍ତ୍ର ଶିକ୍ଷା ଅଧ୍ୟାପକ ତଥା ସଂଘର ଉପଦେଷ୍ଟା ଶ୍ରୀ ରଶ୍ମିରଞ୍ଜନ ପୃଷ୍ଟି,ଜିଲ୍ଲା ସଭାପତି କୈଳାସ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଶ୍ରୀ ସୁଧାଂଶୁ ଶେଖର ଦାସ,ଉପସଭାପତି ସୈମ୍ୟରଞ୍ଜନ ଦଳାଇ, ଯୁଗ୍ମ ସମ୍ପାଦକ ସତ୍ୟବ୍ରତ ସାମଲ, ସଂଯୋଜକ ଶ୍ରୀ ମନୋରଞ୍ଜନ ସାହୁ, ସୁଶ୍ରୀ ସ୍ଥିତିପ୍ରଜ୍ଞା ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀ ସତିଶ କୁମାର ଲେଙ୍କା,ଆଇଟି ସେଲ ସଂଯୋଜକ ଶ୍ରୀ ଇନ୍ଦ୍ରଜିତ ମହାନ୍ତି ପ୍ରମୁଖ ଯୋଗଦେଇ ସଂଘର ସାଂଗଠନିକ ସ୍ଥିତି, ଆଗାମୀ କାର୍ଯ୍ୟପନ୍ଥା ଓ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ, ଯାଜପୁର ସାଂସଦ ପ୍ରତିନିଧି ତଥା ସକ୍ଷମ ଜିଲ୍ଲା ସଭାପତି ଶ୍ରୀ ଵାସୁବନ୍ଧୁ ଦାସ ଯୋଗଦେଇ ଉପସ୍ଥିତ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଦିବ୍ୟାଙ୍ଗଙ୍କ ସେବା ପାଇଁ ଦୃଢ ବାର୍ତ୍ତା ଦେବା ସହ ଯାଜପୁର ଜିଲ୍ଲା ନେତୃତ୍ୱଙ୍କୁ ସେବା ମନୋଭାବ ପୂର୍ଣ୍ଣ କାର୍ଯ୍ୟଦକ୍ଷତା ପାଇଁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ | କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ଅନେକ ସ୍ୱତନ୍ତ୍ର ଶିକ୍ଷକ, ଅବିଭାବକ ଓ ସମାଜସେବୀ ଯୋଗଦେଇଥିଲେ |
