ସମ୍ବଲପୁର; ତା ୧୬/୦୭
ଆଜି ସମ୍ବଲପୁରର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ନବମ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକ ରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ଶ୍ରୀ ରବିନାରାୟଣ ନାୟକ, , ଜିଲ୍ଳାପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନି ନାୟକ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଭା.ପ୍ର.ସେ), ଜିଲ୍ଲା ଉନ୍ନୟନ ଅଧିକାରୀ (ସିଡ଼ିଓ-କମ-ଇଓ) ଶ୍ରୀ ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଉକ୍ତ ବୈଠକ ରେ କୃଷି ବିଭାଗ ର ବିହନ ଯୋଗାଣ, ରାସାୟନିକ ସାର, ପିଏମ-କିସାନ, ସିଏମ-କିସାନ ଖରିଫ୍ ଓ ରବି ଋତୁ ର ଚାଷକାର୍ଯ୍ୟ, ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପ, ଉଦ୍ୟାନ ବିଭାଗର ଅଗ୍ରଗତି ଓ ବିଭିନ୍ନ କାର୍ଯ୍ୟକ୍ରମ, ମତ୍ସ୍ୟ ବିଭାଗର ଅଗ୍ରଗତି ଓ କାର୍ଯ୍ୟକ୍ରମ ଅତ୍ୟାବଶ୍ୟକୀୟ ସାମଗ୍ରୀର ସୁଷମ ବଣ୍ଟନ, ସମବାୟ ବିଭାଗର କୃଷି ଋଣ, ପ୍ରାଥମିକ ଶିକ୍ଷା ଓ ମାଧ୍ଯମିକ ଶିକ୍ଷା ବିଭାଗର ଶିଶୁ ବାଟିକା ଯୋଜନା, ଶିକ୍ଷାନୁଷ୍ଠାନ ଭିତ୍ତିଭୂମି, ଶୈକ୍ଷିକ ପରିବେଶ, ଆବଶ୍ୟକ ସଂଖ୍ୟକ ଶିକ୍ଷକ, ଅତ୍ୟାଧୁନିକ ଶ୍ରେଣୀ ଗୃହ ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର ଆନୁଷଙ୍ଗିକ ବ୍ୟବସ୍ଥା, ପିଏମ୍ ଶ୍ରୀ ଯୋଜନାରେ, ଜିଲ୍ଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ, ପ୍ରାଣୀ ସମ୍ପଦ ବିଭାଗ, ଗ୍ରାମ୍ୟ ନିର୍ମାଣ/ଜଳସେଚନ/କ୍ଷୁଦ୍ର ଜଳସେଚନ/ଉଠା ଜଳସେଚନ ଓ ପୂର୍ତ୍ତ ବିଭାଗର କାର୍ଯ୍ୟକଳାପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ଶକ୍ତି ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ/ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଜନନୀ ସୁରକ୍ଷା ଯୋଜନା, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ, ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ, ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର, ଅନ୍ଧତ୍ବ ଦୂରୀକରଣ, ଇତ୍ୟାଦି ଯୋଜନା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ଜଙ୍ଗଲ ବିଭାଗ, ଶ୍ରମ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ଓ ପରିମଳ ବିଭାଗର ଓଡିଶା ଜୀବିକା ମିଶନ,ଅରମାସ ର କାର୍ଯ୍ୟକଳାପ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଆବାସ ଯୋଜନା ବିଭିନ୍ନ ଯୋଜନାର ଅଗ୍ରଗତି ଆଦି ଉପରେ ବିଭାଗୀୟ ଆଲୋଚନା ହୋଇଥିଲା।
ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ, ଓଡିଶା ସରକାର ଶ୍ରୀ ରବିନାରାୟଣ ନାୟକ ସମସ୍ତ ଗ୍ରାମ ରେ ସ୍ବଚ୍ଛ ପାନୀୟ ଜଳ ଓ ଯୋଗାଯୋଗ ବ୍ୟବସ୍ତା କୁ ପ୍ରାଥମିକତା ଦେବାକୁ କହିଥିଲେ।ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧି ଙ୍କ ମିଳିତ ସମ୍ବନୟରେ ସମସ୍ତ ସମସ୍ଯା ର ସମାଧାନ କରିବାକୁ ପ୍ରୟାସ କରିବା ପାଇଁ ପରାମର୍ଶ ଦେଇଥିଲେ।ଆମ ଜିଲ୍ଲା ରେ ଲୋକଙ୍କ ର ଆଭିମୁଖ୍ଯ କୁ ପ୍ରଧାନ୍ୟ ଦେଇ ସେ ସମାଜ ପାଇଁ କାମ କରିବା ଚେଷ୍ଟା କରିବେ ବୋଲି କହିଥିଲେ।
